Videos
|
Odisha

ଘଣ୍ଟା ପ୍ରତି 15 କିମି ବେଗରେ ଗତି କରୁଛି ଦାନା

Rashmita Mishra
Browse all articles by Rashmita Mishra
·1 year ago·2 min read
ଘଣ୍ଟା ପ୍ରତି 15 କିମି ବେଗରେ ଗତି କରୁଛି ଦାନା

ଅର୍ଗସ ବ୍ୟୁରୋ: ବାତ୍ୟା କୁ ନେଇ ରାଜସ୍ଵ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ଙ୍କ ପ୍ରତିକ୍ରିୟା । ବାତ୍ୟା ର ଗତି ସାମାନ୍ୟ ପରିବର୍ତ୍ତନ ହୋଇଛି । ପୂର୍ବାନୁମାନ କରାଯାଉଛି ଭିତର କନିକା ପାର୍ଶ୍ଵ ରେ ହିଟ କରିବ ବାତ୍ୟା । ପାରାଦ୍ୱୀପ ଠାରୁ 280 କିମି ଦୂରରେ ଅଛି । ଧାମରା ଠାରୁ 380 କିମି ଦୂରରେ ଅଛି । ଘଣ୍ଟା ପ୍ରତି 15 କିମି ବେଗରେ ଗତି କରୁଛି । ଆଜି ସକାଳ 8.30 ଠାରୁ ଆସନ୍ତାକାଲି 8.30 ପର୍ଯ୍ୟନ୍ତ ରେଡ ୱାର୍ନିଙ୍ଗ ଜିଲ୍ଲା ରେ ରେନ ଫଳ 7 cm ରୁ 20 cm ବର୍ଷା ହୋଇପାରେ । ଅରେଞ୍ଜ ୱାର୍ଣ୍ଣି ଜୋନ ଜିଲ୍ଲା ରେ ମଧ୍ୟ 7 ରୁ 20 cm ବର୍ଷା ହେବ ।  ସ୍ଥାନାନ୍ତରିତ ପ୍ରକ୍ରିୟା ଚାଲିଛି । ସମୁଦ୍ର କୁଳ ରୁ ଲୋକେ ସ୍ଥାନାନ୍ତରିତ ହୋଇଗଲେଣି । ସ୍ଥାନାନ୍ତରିତ ପ୍ରକ୍ରିୟା ର ସୂଚନା 11.30 ରେ ଜିଲ୍ଲପାଳ ଦେବେ । ଲୋକେ ପଶୁ ମାନଙ୍କୁ ଘରେ ଦୌଡି ରେ ବନ୍ଧୀକି ଆସୁଛନ୍ତି ସେମାନଙ୍କୁ ନ ବାନ୍ଧୀକି ଗାଁ ର ଉଚ୍ଚ ଜାଗାରେ ସେମାନଙ୍କୁ ଛାଡିବା ପାଇଁ ନିବେଦନ କଲେ ମନ୍ତ୍ରୀ । ଗୋ ଖାଦ୍ୟ ପ୍ରସ୍ତୁତ ଅଛି । ମେଡିକାଲ କୁ ଗର୍ଭବତୀ ମହିଳା ଙ୍କ ସ୍ଥାନାନ୍ତରିତ ପ୍ରକ୍ରିୟା ସମ୍ପୂର୍ଣ୍ଣ  ହୋଇସାରିଛି । ଦିଗ ବଦଳିଲେ ପାର୍ଶ୍ଵ ବର୍ତ୍ତୀ ଗାଁ ଓ ବ୍ଲକ ରେ ରିଲିଫ ସେଣ୍ଟର କୁ ଲୋକ ଆଣିବାକୁ ପ୍ରସ୍ତୁତି ଚାଲିଛି । ବାତ୍ୟା ସରିଲେ ରିଲିଫ ସେଣ୍ଟରରୁ ଲୋକଙ୍କୁ ଘରେ ପଂହଁଚାଇବେ ସରକାର । ସହରାଞ୍ଚଳ ର ଜାଗାରେ ପାଣି ପଶିବା ସମ୍ଭାବନା ଅଛି ସେଠି ପାଣି ରିଲିଫ ପାଇଁ ପ୍ରକ୍ରିୟା ଆରମ୍ବ ହୋଇଛି । ସବୁ ଜାଗାର 20 କିମି ଭିତରେ ସାପ କାମୁଡା ଇଞ୍ଜେକ୍ସନ ଗଛିତ ଅଛି । ବାତ୍ୟା ପରେ ଲୋକେ ଫେରିଲେ ଗାଁ ରେ ପ୍ରତିଷେଧକ ବ୍ୟବସ୍ଥା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲା ରେ ବାତ୍ୟା ର ପ୍ରବାବ ବେଶୀ ରହିବ ତେଣୁ ସେହି ଜିଲ୍ଲା ରେ ସ୍ଥାନାନ୍ତରିତ ପ୍ରକ୍ରିୟା ବେଶୀ ହେବ । 300 ରେସକ୍ୟୁ ଟିମ ର ସହଯୋଗ ସହ ଭୋଜନ ର ବ୍ୟବସ୍ଥା କରିବେ ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନ କୁ ଅଧିକୃତ କରାଯାଇଛି ସମସ୍ତ ପ୍ରସ୍ତୁତି କରିବେ । ପାୱାର କଟ ର କୌଣସି ସୂଚନା ନାହିଁ । ନିକର ବର୍ତ୍ତୀ ଜିଲ୍ଲା ରୁ ଡେପୁଟେସନ ରେ ପ୍ରଭାବିତ ଜିଲ୍ଲା କୁ ଡାକ୍ତର ପଠାଯାଇଛି । 

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The grain is moving at a speed of 15 km per hour | Argus News