Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାମ୍ନାକୁ ଆସିଲା ବରିଷ୍ଠ IAS, IPSଙ୍କ ବଡ଼ ଚଞ୍ଚକତା!

Ritu Das
Browse all articles by Ritu Das
·2 years ago·1 min read
ସାମ୍ନାକୁ ଆସିଲା ବରିଷ୍ଠ IAS, IPSଙ୍କ ବଡ଼ ଚଞ୍ଚକତା!

ଅର୍ଗସ ବ୍ୟୁରୋ: ସନ୍ଦେହ ଘରରେ ରାଜ୍ୟର ବରିଷ୍ଠ ଆଇଏଏସ୍ ଓ ଆଇପିଏସ୍। ସାମ୍ନାକୁ ଆସିଛି ବିଜେଡି ସରକାରରେ ପାୱାରଫୁଲ୍ ଭୂମିକାରେ ଥିବା ଏହି ବାବୁମାନଙ୍କର ବଡ଼ ଚଞ୍ଚକତା। ଆପିଏସ ଅଧିକାରୀ ଡ଼ି.ଏସ୍ କୁଟ୍ଟେ, ଆଶିଷ ସିଂ, ଦୀପକ କୁମାର, ନିତିନଜିତ ସିଂ ଏବଂ ଆଏଏସ ଅଧିକାରୀ  ଆର. ଭିନିଲକ୍ରିଷ୍ଣା, ରାଜେଶ ପ୍ରଭାକର ପାଟିଲ ଡିପାର୍ଟମେଣ୍ଟ ଅଫ୍ ପର୍ସେନାଲ ଆଣ୍ଡ ଟ୍ରେନିଂ ବା DOPT ନିକଟରେ ସମ୍ପତ୍ତି ନେଇ ଦେଇଛନ୍ତି ଭୁଲ ତଥ୍ୟ। ଏପରିକି ନିଜର ଭୂ ସମ୍ପତ୍ତି ବାବଦରେ ରିଟର୍ଣ୍ଣ ଫାଇଲରେ ଦର୍ଶାଇ ନାହାନ୍ତି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ ଅନ୍ତର୍ଗତ ଖୋଲାଦ୍ବାର ମୌଜାର ଖତିୟାନ ନମ୍ବର ୨୦୯ , ୨୪୨ ଓ ୬୫୦/୭୦ ବାବଦରେ ଉଲ୍ଲେଖ କରିନାହାନ୍ତି ଏହି ବରିଷ୍ଠ ଆଇଏସ ଓ ଆଇପିଏସ୍।

ଅନ୍ୟପଟେ ଦୁଇ ଆଇପିଏସ ଅଧିକାରୀ ଆଶିଷ ସିଂ ଓ ଦୀପକ କୁମାର DOPT ନିକଟରେ ନିଜର ଜମି ବାବଦରେ ଭୁଲ ତଥ୍ୟ ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ ଅନ୍ତର୍ଗତ ଖୋଲାଦ୍ବାର ମୌଜାର ଖତିୟାନ ନମ୍ବର ୨୫୭ ଓ ପ୍ଲଟ ନମ୍ବର ୩୬୮ ଅନ୍ୟ ନାମରେ ଥିବାବେଳେ DoPT ନିକଟରେ ଭୁଲ ତଥ୍ୟ ଦାଖଲ କରିଛନ୍ତି। ଅନ୍ୟପଟେ ଡି.ଏସ୍ କୁଟ୍ଟେ ଓ ଆର ଭିନିଲ କ୍ରିଷ୍ଣା ନିଜ ନାମରେ ଥିବା ଜମିକୁ ମହାରାଷ୍ଟ୍ର ଥାନେର ପ୍ରକାଶ କୁମାର ଗୁହାକୁ ବିକ୍ରି କରିଥିଲେ ବି ସରକାରଙ୍କୁ ସେ ନେଇ ତଥ୍ୟ ଲୁଚାଇଛନ୍ତି। 

ଏବେ ପ୍ରଶ୍ନ ଉଠୁଛି କେଉଁ ଉଦ୍ଦେଶ୍ୟରେ ଏହି ଜମି ବାବଦରେ ତଥ୍ୟ ଲୁଚାଥିଲେ ବିଜେଡି ସରକାରଙ୍କର ଖାସ୍ ବନିଥିବା ଏହି ଆଇଏଏସ ଓ ଆଇପିଏସ୍ ବାବୁମାନେ। ଏବେ ସତ ସାମ୍ନାକୁ ଆସିବା ପରେ ହେବ କି କାର୍ଯ୍ୟାନୁଷ୍ଠାନ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
The great intelligence | Argus News