ଜଳ ସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
·2 years ago·1 min read

ବୌଦ୍ଧ: କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବୌଦ୍ଧ ଜିଲ୍ଲା ଜଳ ସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପ୍ରଦୀପ ଅଫିସ କାମ ସାରି କ୍ବାର୍ଟରକୁ ଫେରିଥିଲେ । କିନ୍ତୁ ଅପରାହ୍ନ ପରେ ସେ ଆଉ ଘରୁ ବାହାରି ନଥିଲେ । ରାତି ପର୍ଯ୍ୟନ୍ତ ଯନ୍ତ୍ରୀଙ୍କ ଦେଖା ନମିଳିବାରୁ ଅଫିସ କର୍ମଚାରୀମାନେ ତାଙ୍କ ଘର ପଛପଟ କବାଟ ଭାଙ୍ଗିଥିଲେ ।
ଘର ଭିତରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ପ୍ରଦୀପଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି । ପ୍ରଦୀପଙ୍କ ଘର ବାରିପଦାରେ ହୋଇଥିବାବେଳେ ସେ ବୌଦ୍ଧ ଇରିଗେଶନ କଲୋନୀ କ୍ବାର୍ଟରରେ ଏକୁଟିଆ ରହୁଥିଲେ । ତେବେ ଏହା ଆତ୍ମହତ୍ୟା କି ହତ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସର ତଦନ୍ତ ପରେ ହିଁ ମୃତ୍ୟୁ ଉପରୁ ସସପେନ୍ସ ହଟିବବୋଲି ଅନୁମାନ କରାଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: