Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜଙ୍ଗଲରୁ ମିଳିଲା ଯୁବଙ୍କର ଝୁଲନ୍ତା ମୃତଦେହ

Arpita Mohanty
Browse all articles by Arpita Mohanty
·1 year ago
ଜଙ୍ଗଲରୁ ମିଳିଲା ଯୁବଙ୍କର ଝୁଲନ୍ତା ମୃତଦେହ

ଅର୍ଗସ ବ୍ୟୁରୋ: ଜଙ୍ଗଲରୁ ମିଳିଲା ଯୁବଙ୍କର ଝୁଲନ୍ତା ମୃତଦେହ। ବାଲେଶ୍ୱର ଜିଲ୍ଲା ଔପଦା ଥାନା ଗଡ଼ସାଇ ପଞ୍ଚାୟତ ଅଧିନ ବେତେଇ ଜଙ୍ଗଲରେ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଉଛନ୍ତି ଖଇରା ଥାନା ଅଧିନ ନନ୍ଦୁର ଗାଁର ମନୋଜ ଜେନା। 

ସୂଚନା ଅନୁଯାୟୀ ମନୋଜ ଗତକାଲି ତାଙ୍କ ପତ୍ନୀଙ୍କ ସହ ଝଗଡ଼ା କରି ଘରୁ କେଉଁଆଡ଼େ ପଳେଇଯାଇଥିଲେ। ଏବଂ ନିଖୋଜ ଥିଲେ। ଆଉ ଆଜି ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ। ପରିବାର ଲୋକଙ୍କ ଅଭିଯୋଗ ପରେ ଔପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ତଦନ୍ତ ଚଲାଇଛି। ମନୋଜ ଗଣ୍ଡିବେଡ଼ ବଜାରରେ ଏକ ଫାଷ୍ଟଫୁଡ ଦୋକାନ କରିଥିଲେ।

ଅଧିକ ପଢନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The hanging body of the youth was found in the forest | Argus News