ପିପିଲିରେ ମଣିଷ ଦେହରେ ବାର୍ଡ ଫ୍ଲୁ ସନ୍ଦେହ ପରେ ସ୍ଵାସ୍ଥ୍ୟ ବିଭାଗ ତତ୍ପର

ପୁରୀ: ପିପିଲିରେ ମଣିଷ ଦେହରେ ବାର୍ଡ ଫ୍ଲୁ ସନ୍ଦେହ ପରେ ତତ୍ପର ସ୍ବାସ୍ଥ୍ୟ ବିଭାଗ । ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ମଣିଷକୁ ସଂକ୍ରମଣ ନେଇ ସ୍ପଷ୍ଟ ହୋଇନି ଖବର । ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ କହିଛନ୍ତି ଖୁବଶୀଘ୍ର କୁକୁଡା ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ । ସଂକ୍ରମିତ ଅଂଚଳକୁ ଛାଡିଦେଲେ ସବୁଆଡେ ଖାଇପାରିବେ ଚିକେନ ।
ମଣିଷ ଶରୀରରେ ବାର୍ଡ ଫ୍ଲୁ ନେଇ ଏବେ ଯାଏ କୌଣସି କନଫର୍ମେସନ ରିପୋର୍ଟ ଆସିନାହିଁ। ପିପିଲି ଅଞ୍ଚଳରେ ଯେଉଁ ବ୍ୟକ୍ତିଙ୍କ ଶରୀରରେ ଲକ୍ଷଣ ଦେଖାଯାଇଛି, ସେମାନଙ୍କର ସ୍ବାବ ନମୂନା ସଂଗ୍ରହ। ତା ରିପୋର୍ଟ ୭ ଦିନ ପରେ ଆସିବ। ସେ ବ୍ୟକ୍ତିଙ୍କ ସହ ଯେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ସେମାଙ୍କର ମଧ୍ୟ ନମୂନା ସଂଗ୍ରହ କରାଯିବ। ବିଭାଗ ଅଧିକ ସଚେତନ ହୋଇ ଏ ଉପରେ ନଜର ରଖିଥିବା ସୂଚନା ଦେଇଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ। କୁକୁଡ଼ା ମାଂସ ଖାଇବାରେ କୌଣସି ଅସୁବିଧା ନାହିଁ। ଯେଉଁ ଅଞ୍ଚଳରେ ପକ୍ଷୀ ସଂକ୍ରମିତ ହୋଇଛନ୍ତି ସେହି ଅଞ୍ଚଳ ଲୋକେ ଚିକେନ୍ ନ ଖାଇବା ଭଲ ବୋଲି ରହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସେପଟେ କୁକୁଡ଼ା ଚାଷୀଙ୍କୁ କ୍ଷତିପୂରଣ ବାବଦରେ ମତ୍ସ ଓ ପଶୁ ସମ୍ପଦ ବିଭାଗ ଯୋଜନା କରୁଥିବା ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ। ଛୋଟ କୁକୁଡ଼ା ପାଇଁ 20 ଟଙ୍କା ଓ ବଡ଼ କୁକୁଡ଼ା ଲାଗି 70 ଟଙ୍କା ଦେବାକୁ ବିଭାଗ ଯୋଜନା କରୁଥିବା କହିଛନ୍ତି ମନ୍ତ୍ରୀ |
ଆଗକୁ ବାର୍ଡ଼ ଫ୍ଲୁ ନ ବ୍ୟାପିବା ସହ ସତର୍କତା ମୂଳକ ପଦକ୍ଷେପ ନେବା ଲାଗି ବିଭାଗକୁ ନିର୍ଦେଶ ଦିଆଯାଇଛି | ଏଥିସହ ବାର୍ଡ ଫ୍ଲୁ ପଜିଟିଭ ଥିବା ଅଂଚଳକୁ ବାଦ ଦେଲେ ଅନ୍ୟ ଅଂଚଳରେ କୁକୁଡ଼ା ଖାଇବାରେ କୌଣସି ପ୍ରତିବନ୍ଧକ ନଥିବା ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ସଂକ୍ରମିତ ଅଞ୍ଚଳରେ କୁକୁଡ଼ା ମାରିବା ଓ ଫାର୍ମ ସଫେଇ କାମ ଜାରି ରହିିଛି। ବର୍ତ୍ତମାନ ସୁଦ୍ଧା ପିପିଲି ଓ ସାକ୍ଷୀଗୋପାଳ ଅଞ୍ଚଳରେ ୩୦ ହଜାରରୁ ଅଧିକ କୁକୁଡ଼ାଙ୍କୁ ମରାଯାଇ ସାରିଲାଣି। ଆଶା କର୍ମୀ ପିପିଲିର ସଂକ୍ରମିତ ଅଞ୍ଚଳରେ ଜନସାଧାରଣ ଙ୍କୁ କରୁଛନ୍ତି ସଚେତନ । ଜ୍ଵର,କାଶ, ଥଣ୍ଡା ରୋଗୀ ଙ୍କୁ ଚିହ୍ନଟ କରି ସେମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବା ପାଇଁ ଦେଉଛନ୍ତି ପରାମର୍ଶ। ଅସୁସ୍ଥ ହୋଇ ପଡ଼ିଥିବା RRT ଟିମ ସଦସ୍ୟ ନିଶିକାନ୍ତ କୁଣ୍ଡୁଙ୍କ ସ୍ବାବ୍ ନମୂନା ମଧ୍ୟ ପରୀକ୍ଷା ପାଇଁ ଭୋପାଳ ପଠାଯାଇଛି। RRT ଟିମର ଅନ୍ୟ ସଦସ୍ୟମାନେ ସୁସ୍ଥ ଥିବା ସୂଚନା ଦେଇଛନ୍ତି କିଲିଂ ଅଫିସର।
📱 Get Argus News App
✨ଅଧିକ ପଢନ୍ତୁ ଓଡ଼ିଶା ଖବର