Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଂଶୁଘାତ ମୁକାବିଲା ପାଇଁ ସଜାଗ ସ୍ୱାସ୍ଥ୍ୟ ବିଭାଗ

Banajyotshna Ray
Browse all articles by Banajyotshna Ray
·2 years ago
ଅଂଶୁଘାତ ମୁକାବିଲା ପାଇଁ ସଜାଗ ସ୍ୱାସ୍ଥ୍ୟ ବିଭାଗ

ଅର୍ଗସ ବ୍ୟୁରୋ: ପ୍ରବଳ ଖରା ଓ ହିଟ୍ ୱେଭ୍‌ ସ୍ଥିତିକୁ ଦେଖି ଅଂଶୁଘାତ ମୁକାବିଲା ପାଇଁ ସଜାଗ ସ୍ବାସ୍ଥ୍ୟ ବିଭାଗ । ପ୍ରତି ଜିଲ୍ଲା ହସ୍ପିଟାଲରେ ୬ଟି ବେଡ୍, CHCରେ ୨ଟି ଓ PHCରେ ଗୋଟିଏ ଲେଖାଏଁ ବେଡ୍ ମହଜୁଦ ରଖିବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ । ଯେଉଁଥିରେ AC କିମ୍ବା ୱାଟର କୁଲର ବ୍ୟବସ୍ଥା ରହିବ । ପର୍ଯ୍ୟାପ୍ତ ପରିମାଣର ପାଣି, ORS ରଖିବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଂଶୁଘାତ ମୁକାବିଲା ପାଇଁ ଯାହା ଆବଶ୍ୟକ- ଔଷଧଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରଖିବାକୁ ବି ନିର୍ଦ୍ଦେଶ ଦିଆଯାଇଛି । ଡାକ୍ତର ମାନେ ୨୪ ଘଂଟା କିଭଳି ରୋଟେଶନରେ ଡ୍ୟୁଟି କରିବେ ସେଥିପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The health department is on alert to deal with severe injuries due to heavy heat wave conditions | Argus News