Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୁନ୍ନାଭାଇ MBBS ଦେଖିବାକୁ ଡାକ୍ତରଙ୍କୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

Ritu Das
Browse all articles by Ritu Das
·2 years ago·1 min read
ମୁନ୍ନାଭାଇ MBBS ଦେଖିବାକୁ ଡାକ୍ତରଙ୍କୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ମୁନ୍ନାଭାଇ ଏମବିବିଏସ୍ ଦେଖିବାକୁ ଡାକ୍ତରଙ୍କୁ ପରାମର୍ଶ । କଟକ ଏସସିବିରେ ସମୀକ୍ଷା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଡାକ୍ତରଙ୍କୁ ଏହି ପରାମର୍ଶ ଦେଇଛନ୍ତି । ଏଥିସହ ରୋଗୀଙ୍କୁ ଭଲ ବ୍ୟବହାର କରିବାକୁ ସେ କହିଛନ୍ତି । ତା ସହ ଡାକ୍ତରଙ୍କୁ ସୁରକ୍ଷା ଓ ରୋଗୀଙ୍କୁ ଚିକିତ୍ସା ସରକାରଙ୍କ ଦାୟିତ୍ୱ । ଡାକ୍ତର ଓ ରୋଗୀଙ୍କ ମଧ୍ୟରେ କେହି ବାଧା ଦେଇପାରିବେନି ବୋଲି କହିଛନ୍ତି ରାଜ୍ୟର ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ। 

ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ କଟକ ଏସସିବି ମେଡିକାଲ ପରିଦର୍ଶନ କରିଥିଲେ ମୁକେଶ ମହାଲିଙ୍ଗ। ପ୍ରଥମେ ପ୍ରିନସିପାଲଙ୍କ ଅଫିସରେ ପହଞ୍ଚିବା ପରେ ଏସସିବି ମେଡିକାଲ ସୁପରିଟେଣ୍ଡେଣ୍ଟ ଏବଂ ପ୍ରିନିସିପାଲ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଥିଲେ। ଏହାପରେ ଏସସିବି ସୁପରିଣ୍ଟେଣ୍ଡେଣ୍ଟ ଏବଂ ପ୍ରିନିସିପାଲଙ୍କ ସହ ବ୍ୟାଟେରୀ ଗାଡିରେ ସର୍ଜରୀ ବିଭାଗରେ ପହଞ୍ଚି ରୋଗୀସେବାର ଅନୁଧ୍ୟାନ କରିଥିଲେ। 

ଏହାସହ ଚିକିତ୍ସା ସୁବିଧା ସମ୍ପର୍କରେ ରୋଗୀଙ୍କ ସହ କଥା ହୋଇ ପଚାରିବୁଝିଥିଲେ। ଏହାପରେ ମେଡିକାଲ ଜୁନିଅର ଡାକ୍ତର ଆସୋସିଏସନ୍ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ଜୁନିଅର ଡାକ୍ତରମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହାପରେ ପ୍ରିନିସିପାଲଙ୍କ କନଫରେନ୍ସ ହଲରେ ଆୟୋଜିତ ବୈଠକରେ ଯୋଗ ଦେଇ ବିଭିନ୍ନ କାର୍ୟ୍ୟର ସମୀକ୍ଷା କରିଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
The health | Argus News