Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜିଠୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଜିଠୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଅର୍ଗସ ବ୍ୟୁରୋ:  ଆଜିଠୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିବେ ସିଏମ ମୋହନ ଚରଣ ମାଝୀ । ଉପସ୍ଥିତ ରହିବେ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ । ସୋମବାର ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ହେବ ପଞ୍ଜୀକରଣ। ଲୋକମାନେ ଅଭିଯୋଗ ଶୁଣାଣି ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜ ନିଜର ପଞ୍ଜୀକରଣ କରି ଅଭିଯୋଗ ଗୁଡିକୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ପାରିବେ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି। ପ୍ରତି ସୋମବାର ଦିନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ। ଭିନ୍ନକ୍ଷମ, ବୃଦ୍ଧଙ୍କ ପାଇଁ ସ୍ବତନ୍ତ୍ର ପଞ୍ଜିକରଣ ବ୍ୟବସ୍ଥା ହୋଇଛି। ବର୍ଷା ପାଇଁ ଟେଣ୍ଟ କରାଯାଇଛି।

ପ୍ରଥମେ ପଞ୍ଜିକରଣ ହେବା ପରେ ପ୍ରତୀକ୍ଷା କକ୍ଷରେ ରହିବେ ସାଧାରଣ ଅଭିଯୋଗକାରୀ। ତାପରେ କ୍ରମାଙ୍କ ଅନୁଯାୟୀ ଜଣେ ଜଣେ କରି ଅଭିଯୋଗର ଶୁଣାଣି କରାଯିବ। ମୁଖ୍ୟମନ୍ତ୍ରୀ ନିଜେ ଶୁଣାଣି କରିବେ। ଅପ୍ରୀତିକର ସ୍ଥିତି ପାଇଁ ଅଭିଯୋଗ ପ୍ରକୋଷ୍ଠ ମଧ୍ୟରେ ଏକ ହସପିଟାଲ ମଧ୍ୟ କରାଯାଇଛି। ଯେଉଁଠି ଜଣେ ଡାକ୍ତର ନିୟୋଜିତ ରହିବେ ଆଉ ଜରୁରୀ ସ୍ବାସ୍ଥ୍ୟସେବା ଯୋଗାଇବେ। ଅଭିଯୋଗ ପ୍ରକୋଷ୍ଠ ପାଇଁ ଭିଡ଼କୁ ଦୃଷ୍ଟିରେ ରଖି ଗହଳି ପୋଲିସ ବିଭାଗକୁ ଟ୍ରାଫିକ କଣ୍ଟ୍ରୋଲ ପାଇଁ କୁହାଯାଇଛି। ସେହିଭଳି ଅଭିଯୋଗ ପ୍ରକୋଷ୍ଠ ମଧ୍ୟରେ ସ୍ଵତନ୍ତ୍ର ପାର୍କିଂର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିଭଳି ବାହାରେ ପ୍ରତୀକ୍ଷା କରୁଥିବା ଲୋକଙ୍କ ପାଇଁ ଶୌଚାଳୟର ମଧ୍ୟ ବ୍ୟବସ୍ଥା ହୋଇଛି । ଯେମିତି ଲୋକଙ୍କ କୌଣସି ଅସୁବିଧା ହେବନି ସେଥିପାଇଁ ସମସ୍ତ ବ୍ୟବସ୍ଥା ହୋଇଛି। ଆଜି GAPG ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସହ ବାସଭବନ ବୁଲି ତଦାରଖ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The hearing of the chief minister complaint will begin today | Argus News