Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଟକରେ ବିପର୍ଯ୍ୟସ୍ତ ରାସ୍ତାଘାଟ ମରାମତି ନେଇ ବର୍ଷିଲେ ହାଇକୋର୍ଟ

Rashmita Mishra
Browse all articles by Rashmita Mishra
·1 year ago·1 min read
କଟକରେ ବିପର୍ଯ୍ୟସ୍ତ ରାସ୍ତାଘାଟ ମରାମତି ନେଇ ବର୍ଷିଲେ ହାଇକୋର୍ଟ

 ଅର୍ଗସ ବ୍ୟୁରୋ:  କଟକ ସହର ସମସ୍ୟା ସମ୍ପର୍କିତ ଜନସ୍ବାର୍ଥ ମାମଲା ନେଇ ହାଇକୋର୍ଟରେ ହେଲା ଶୁଣାଣି । ବିପର୍ଯ୍ୟସ୍ତ ରାସ୍ତାଘାଟ ମରାମତି ନେଇ ହାଇକୋର୍ଟରେ ସିଏମସିର ଭୁଲ ରିପୋର୍ଟ ନେଇ ବର୍ଷିଲେ କୋର୍ଟ । ଭୁଲ ରିପୋର୍ଟ ଦେଲେ ଅଦାଲତର ଅବମାନନା ରୁଜୁ କରିବାକୁ କହିଲେ କୋର୍ଟ । କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଏକାଧିକ ୱାର୍ଡରେ ମରାମତି ହୋଇନାହିଁ ରାସ୍ତାଘାଟ । ଆସନ୍ତା ଏକ ସପ୍ତାହ ମଧ୍ୟରେ ସମସ୍ତ ରାସ୍ତାଘାଟ ମରାମତି କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ । ଦଶହରା ପୂର୍ବରୁ ବନ୍ଦ ଓ ଅଚଳ ହୋଇ ପଡିଥିବା ସମସ୍ତ ଷ୍ଟ୍ରିଟ ଲାଇଟ ମରାମତି କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଜନସାଧାରଣଙ୍କ ରାସ୍ତା ଅବରୋଧ ନକରି ତୋରଣ ନିର୍ମାଣ କରାଯାଇଥିବା ନେଇ ତଦାରଖ କରିଛନ୍ତି ସ୍ଥାନୀୟ ଥାନା ଅଧିକାରୀ ଓ ଜିଲ୍ଲା ପ୍ରଶାସନଙ୍କ ନୋଡାଲ ଅଫିସର । ସିଏମସି କମିସନର, ସିଟି ଇଞ୍ଜିନିୟର, ସ୍ବାସ୍ଥ୍ୟ ଅଧିକାରୀ, ଆରଏଣ୍ଡବି ଯନ୍ତ୍ରୀ, ଡିସିପି, ଅତିରିକ୍ତ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The High Court was upset with the repair of the damaged roads in Cuttack | Argus News