ସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକ ନିଯୁକ୍ତି ଦାବିରେ ହାଇସ୍କୁଲ ଫାଟକରେ ତାଲା
·1 year ago

ଅର୍ଗସ ବ୍ୟୁରୋ: ସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକ ନିଯୁକ୍ତି ଦାବିକରି ଆଜି ସକାଳେ ଅଭିଭାବକମାନେ ଶ୍ୟାମସୁନ୍ଦରପୁର ହାଇସ୍କୁଲ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସ୍କୁଲରେ ୨୮୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଶିକ୍ଷକ ମଧ୍ୟ ୧୨ ଜଣ ନିଯୁକ୍ତି ପାଇଛନ୍ତି । ହେଲେ ସ୍କୁଲରେ ଦୀର୍ଘଦିନ ଧରି ପ୍ରଧାନଶିକ୍ଷକ ନଥିବାରୁ ପାଠପଢା ସହିତ ପରିଚାଳନା ଓ ବିକାଶ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି । ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲାପାଳଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ପ୍ରଧାନଶିକ୍ଷକ ନିଯୁକ୍ତି ହୋଇପାରି ନାହିଁ । ତେବେ ସ୍କୁଲରେ ତାଲା ପଡ଼ିଥିବା ସୂଚନାପାଇ ବ୍ଲକ୍ ଶିକ୍ଷା ଅଧିକାରୀ ପହଞ୍ଚି ଅଭିଭାବକଙ୍କ ସହିତ ଆଲୋଚନା କରିଥିଲେ । ଯଥାଶିଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବାପରେ ଅଭିଭାବକମାନେ ତାଲା ଖୋଲି ଦେଇଥିଲେ।
ଅଧିକ ପଢ଼ନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: