ଅସ୍ତିତ୍ୱ ହରାଉଛି ବୌଦ୍ଧ ଜିଲ୍ଲାର ଐତିହାସିକ କୀର୍ତ୍ତିରାଜି

Key Points
- ଅସ୍ତିତ୍ବ ହରାଉଛି ବୌଦ୍ଧ ଜିଲ୍ଲାର ଐତିହାସିକ କୀର୍ତ୍ତିରାଜି
- ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗି ରୁଜି ଗଲାଣି
- ଉନ୍ନତି ନାଁରେ କୋଟି କୋଟି ଟଙ୍କା ଚଳୁ
- ମୁହଁ ଫେରାଉଛନ୍ତି ପର୍ଯ୍ୟଟକ
ଅର୍ଗସ ବ୍ୟୁରୋ: ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିବା ପରଗଳପୁର ବୁଦ୍ଧ ଦେବଙ୍କ ମନ୍ଦିରର ଦୃଶ୍ୟ । ଉନ୍ନତି ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ସତ କିନ୍ତୁ ଠିକାଦାର ଓ ଯନ୍ତ୍ରୀ ମିଲିଭଗତରେ କାର୍ଯ୍ୟ ଶୂନ । ସେହିପରି ବୌଦ୍ଧ ସହରର ମଧ୍ୟ ଭାଗରେ ଅବସ୍ଥିତ ଅଷ୍ଟମ ଶତାବ୍ଦୀର ରାମନାଥ ମନ୍ଦିର ଓ ଗନ୍ଧରାଡିଠାରେ ଥିବା ଚାରିଶମ୍ଭୁ ମନ୍ଦିରର ମଧ୍ୟ ସମାନ ଅବସ୍ଥା । ସୁନ୍ଦର କାରୁକାର୍ଯ୍ୟ ପୂର୍ଣ୍ଣ ଏହି ମନ୍ଦିର ଦୁଇଟିର ପଥରରେ ତିଆରି ମୁର୍ତିଗୁଡିକର ଅନେକ ଅଂଶ ଭାଙ୍ଗିଯାଇଥିବା ବେଳେ ଏବେ ଅନେକ ସ୍ଥାନରେ ଫାଟ ସୃଷ୍ଟି ହେଲାଣି । ପର୍ଯ୍ୟଟକଙ୍କୁ ଆକୃଷ୍ଟ ନିମନ୍ତେ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।
କେବଳ ସେତିକି ନୁହେଁ, ମହାନଦୀର ନୀଳ ଜଳରାଶି ସାଙ୍ଗକୁ ନଦୀକୂଳରେ ଥିବା ପଦ୍ମତୋଳା ଜଙ୍ଗଲର ଦୃଶ୍ୟ ଅତି ମନଲୋଭା ହୋଇଥିଲେ ସୁଧା ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଏହା ଆଖି ଆଢୁଆଳରେ ରହିଯାଇଛି । ସେହିପରି ବୌଦ୍ଧ ବ୍ଲକ ପଂଚାର ଅଞ୍ଚଳରେ ଥିବା ଚୁଡାଖାଇ ଯାତ୍ରା ଡ଼ଙ୍ଗର, ଖଣ୍ଡି କନପା ଐତିହାସିକ ପର୍ଯ୍ୟଟନସ୍ଥଳୀ, ଡମ୍ବରୁଗଡ଼ ମଠ, କଂଟାମାଳ ବ୍ଲକ ରେଘାମୁଣ୍ଡାଠାରେ ଥିବା ଦେଢଶୁର ଭାଇବୋହୁ ପାହାଡର ରହିଛି ଅନେକ କିମ୍ବଦନ୍ତୀ । ହେଲେ ଏଯାଏଁ ଉନ୍ନତିକରଣ ହୋଇପାରି ନାହିଁ । ଖାଲି ଏତିକି ନୁହେଁ, କେଉଁ ପାର୍କରେ ଲତା ବୁଦା ମାଡି ଗଲାଣି ତ କେଉଁଠି ପାର୍କ ସୃଷ୍ଟି କରୁଛି ଜଙ୍ଗଲର ଭ୍ରମ । ପୂର୍ବ ବିଜେଡି ସରକାରର ୨୪ ବର୍ଷ ଶାସନରେ ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଉନ୍ନତି ହୋଇ ପାରିଲା ନାହିଁ l ବର୍ତମାନ ବିଜେପି ସରକାର ଉପରେ ଆଶା ରଖିଛନ୍ତି ଲୋକେ l
ଅଧିକ ପଢ଼ନ୍ତୁ ଓଡିଶା ଖବର: