Videos
|
Odisha

ଖୋଲିଲା ବିଜେଡି ସରକାରର କାଳିଆ କେଳେଙ୍କାରୀ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଖୋଲିଲା ବିଜେଡି ସରକାରର କାଳିଆ କେଳେଙ୍କାରୀ

ଅର୍ଗସ ବ୍ୟୁରୋ : ଖୋଲିଲା ବିଜେଡି ସରକାରର କାଳିଆ କେଳେଙ୍କାରୀ। ଗତକାଲି ବିଧାନସଭାରେ ଉପସ୍ଥାପିତ ହୋଇଛି ସିଏଜି ରିପୋର୍ଟ । ଯେଉଁଥିରେ ବିଜେଡି ସରକାରଙ୍କ ବହୁ ପ୍ରଚାରିତ କାଳିଆ ଯୋଜନାର ଗୁମର ଖୋଲିଛି। ରାଜ୍ୟରେ 12 ଲକ୍ଷ 72 ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଯୋଜନାରେ 782 କୋଟି ଟଙ୍କା ବଣ୍ଟାଯାଇଛି। ଏହି ଅଯୋଗ୍ୟ ହିତାଧିକାରୀଙ୍କର ବ୍ୟାଙ୍କ ଆକାଉଣ୍ଟରେ ନାମ ଏବଂ ଆଧାର କାର୍ଡରେ ନାଁ ଅଲଗା ଥିଲା। ସିଏଜି ରିପୋର୍ଟରେ କୁହାଯାଇଛି, କାଳିଆ ଯୋଜନା ପାଇଁ ବିଜେଡି ସରକାର ପ୍ରସ୍ତୁତ ନଥିଲେ। ୬ଟିରୁ ମାତ୍ର ୨ଟି କମ୍ପୋନେଣ୍ଟ ଲାଗୁ ହୋଇଥିଲା। ୪ଟି ଲାଗୁ ହୋଇନଥିଲା।

ଅଧିକ ପଢନ୍ତୁ : ବିଜେଡି ସରକାରର ବିଜୁଳି ମିଛକୁ ଧରାପକାଇଦେଲେ ନିଜ ବିଧାୟକ

୨୦୧୯ରୁ୨୧ ବର୍ଷରେ ୬୫.୬୪ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଯୋଜନାର ଟଙ୍କା ଦିଆଯାଇଥିଲା। ଏମାନଙ୍କ ମଧ୍ୟରୁ ୪୧.୬୪ ଲକ୍ଷଙ୍କୁ ତିନି ଥର, ୮.୦୯ ଲକ୍ଷ ହିତାଧିକାରୀଙ୍କୁ ଦୁଇ ଥର ଏବଂ ୧୫ ଲକ୍ଷ ହିତାଧିକାରୀଙ୍କୁ କେବଳ ଥରେ କାଳିଆ କିସ୍ତି ଦିଆଯାଇଥିଲା। ଆବଶ୍ୟକ ତାଲିମ ଓ ଦକ୍ଷତା ବିକାଶ ନକରି ୧୪ଲକ୍ଷ 4 ହଜାର ଭୂମିହୀନ ଚାଷୀଙ୍କୁ ସମସ୍ତ କିସ୍ତି ଦିଆଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The history of BJD government baout kalia scheme has been opened | Argus News