ଆବାସ ଗୃହ ପାଲଟିଛି ସାତସପନ

ଅର୍ଗସ ବ୍ୟୁରୋ: ଗରିବ ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି କିନ୍ତୁ ଦୁର୍ଗମରେ ତାହାର ସଫଳ ରୂପାୟନ ହୋଇପାରୁନି। ଏବେବି ଲୋକଙ୍କ ପାଖରେ ରହିବାକୁ ବାସ ଖଣ୍ଡେ ନାହିଁ ଅତି ଦୟନୀୟ ଭାବେ ପାଲ ତଳେ ଜୀବନ ବିତାଉଛନ୍ତି।
ଆମେ କହୁଛୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତର ସମାଡ଼Iଙ୍ଗୀ ଗାଁ। ଏହି ଗ୍ରାମରେ ବନିତା ସେଲମା, ତାଙ୍କ ବୋହୂ ଓ ନାତି ରୁହନ୍ତି। ସେମାନଙ୍କ ପାଇଁ ସତସାପନ ହୋଇଛି ସରକାରୀ ଯୋଜନା। ଦୀର୍ଘ ବର୍ଷଧରି ସେମାନେ ଏକ ପାଲ ଟାଣି ଝାଟିମାଟି ଘରେ ରହୁଛନ୍ତି। ବନିତା ଗତ ଦୁଇବର୍ଷ ପୂର୍ବରୁ ନିଜ ରୋଜଗରିଆ ପୁଅକୁ ହରାଇ ଅତି ଦୟନୀୟ ଅବସ୍ଥାରେ ରହୁଥିବା କହିଛନ୍ତି।
ଘର ବନେଇବାକୁ ବନିତାଙ୍କ ପାଖରେ ସମ୍ବଳ ନ ଥିବା ବେଳେ ମୂଲ ଲାଗି ନିଜ ପରିବାରକୁ ଅତି କଷ୍ଟରେ ଚଳାଉଛନ୍ତି। ଏପଟେ ଘରର ସ୍ଥାନେ ସ୍ଥାନେ ବଡ଼ ବଡ଼ଫାଟ ସହ ବର୍ଷା ହେଲେ ଚାଳରୁ ପାଣି ଗଳୁଛି ଫଳରେ ଏକ ପାଲ ଟାଣି ରୁହନ୍ତି ପୁରା ପରିବାର I ଖରାଦିନ କଷ୍ଟମଷ୍ଟେ ଚଳିଯାଉଥିବା ବେଳେ ବର୍ଷା ଦିନରେ ତାଙ୍କ ଦୁଃଖ ଦୁଇଗୁଣିତ ହୋଇଯାଏ ୟା ତା ବାରଣ୍ଡାରେ ଦିନ କାଟନ୍ତି। ସ୍ଥାନୀୟ ପଞ୍ଚାୟତଠୁ ଆରମ୍ଭ କରି ବ୍ଲକ ସହ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ମଧ୍ୟ ମିଳୁନି ଘର। କହି କହି ଥକି ପଡ଼ିଲେଣି ବନିତା ସେଲମା। ତେବେ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି ପ୍ରଶାସନ ତାଙ୍କ ନିବେଦନ ଶୁଣି ଘର ଖଣ୍ଡେ ଯୋଗାଇ ଦିଅନ୍ତୁ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର