Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଚାଷୀଙ୍କ ଆଶା , ମୁଖ୍ୟମନ୍ତ୍ରୀଙ୍କ ସର୍ଭେ ସରିଛି, ମିଳିବ କ୍ଷତିପୂରଣ

Odisha

ଚାଷୀଙ୍କ ଆଶା , ମୁଖ୍ୟମନ୍ତ୍ରୀଙ୍କ ସର୍ଭେ ସରିଛି, ମିଳିବ କ୍ଷତିପୂରଣ

Rashmita Mishra
Browse all articles by Rashmita Mishra
·1 year ago·2 min read
ଚାଷୀଙ୍କ ଆଶା , ମୁଖ୍ୟମନ୍ତ୍ରୀଙ୍କ ସର୍ଭେ ସରିଛି, ମିଳିବ କ୍ଷତିପୂରଣ

Key Points

  • ବାତ୍ୟା ଓ ବର୍ଷା ଭାଙ୍ଗିଦେଲା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ
  • ଉଜୁଡ଼ିଛି ଧାନ ଚାଷ, ସଂକଟରେ ପନିପରିବା ଫସଲ
  • ଚାଷୀଙ୍କ ଭରସା ସରକାରୀ କ୍ଷତିପୂରଣ
  • ଚାଷୀଙ୍କ ଆଶା , ମୁଖ୍ୟମନ୍ତ୍ରୀଙ୍କ ସର୍ଭେ ସରିଛି, ମିଳିବ କ୍ଷତିପୂରଣ

ଅର୍ଗସ ବ୍ୟୁରୋ: ବାତ୍ୟା ଦାନାର ପ୍ରଭାବରେ ଚାଷ ଜମିରେ କିପରି କ୍ଷୟକ୍ଷତି ହୋଇଛି, ଇଏ ହେଉଛି ସେହି ଦୃଶ୍ୟ । ବାଲେଶ୍ବର ଜିଲ୍ଲାର ସୋର ଏବଂ ବାହାନଗା ବ୍ଲକ ର ବିଭିନ୍ନ ସ୍ଥାନ ରେ ଧାନ ଏବଂ ପରିବା ଚାଷ ଜମିରେ ବ୍ୟାପକ ଭାବରେ କ୍ଷତି ହୋଇଛି । ଅମଳ ସମୟରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଂଗିଦେଇଛି ଦାନା l ସୋର ବ୍ଲକ ର ଆଟପୁର, ତଳନଗର, କେଶରିପୁର, ଗୁଡ଼, ଟେଣ୍ଟେଇ, ସାଜନପୁର, କେଦାରପୁର, ଅନନ୍ତପୁରରେ ବ୍ୟାପକ ଭାବରେ ଚାଷରେ କ୍ଷତି ହୋଇଛି । 

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରେ ହଜାର ହଜାର ହେକ୍ଟର ଚାଷଜମି ପାଣି ଘେରରେ । ଧାନ ଚାଷ ସମ୍ପୂର୍ଣ ଉଜୁଡି ଯାଇଛି । ବ୍ଳକରେ  20ହଜାର340ହେକ୍ଟର ଚାଷ ଜମି ବନ୍ୟାରେ ପ୍ରଭାବିତ । ବାସୁଦେବପୁର ବ୍ଲକ ର ମିରିଗା ରେ ଲକ୍ଷାଧିକ ଟଙ୍କାର ପରିବା ଚାଷ ଉଜୁଡି ଯାଇଛି । ଧାନ ସମେତ ଭେଣ୍ଡି, ବାଇଗଣ, ଜହ୍ନି ଓ ବିଭିନ ପରିବା ପଚି ଯାଇଛି । ବନ୍ୟାଜଳ ପ୍ରବେଶ କରିବାରୁ ଲକ୍ଷାଧିକ ଟଙ୍କାର ଧାନ ସମେତ ପରିବା ଚାଷ ଉଜୁଡି ଯାଇଛି । 

ଚାନ୍ଦବାଲି ବ୍ଲକରେ ବାତ୍ୟାର କରାଳ ରୂପରେ ଚାଷୀର ବର୍ଷକର ଅମଳ ନଷ୍ଟ ହୋଇଯାଇଛି । ଜମିକୁ ପଡ଼ିଆ ନ ରଖି କରିଥିଲା ଚାଷ ହେଲେ ଦୁଃଖ ଆଣିଦେଲା ବାତ୍ୟା ଦାନା । ଏବେ ଚାଷୀଙ୍କ ଆଶା ରାଜ୍ୟ ସରକାର କ୍ଷତିପୂରଣ ଦେବେ ।ଦୁଇ ଦୁଇ ଥର ବାତ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆକାଶ ମାର୍ଗରୁ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ଏରିଅଲ୍ ସର୍ଭେ କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ନଭେମ୍ବର 2 ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କର ରହିଛି ନିର୍ଦ୍ଦେଶ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡିଶା ଖବର...

Sponsored
The hope of the farmers, the Chief Minister's survey has been completed, the compensation will be received | Argus News