ବାଣ ବିସ୍ଫୋରଣରେ ଉଡିଗଲା ଘର, ଜଣେ ଗୁରୁତର

ଖୋର୍ଦ୍ଧା: ଘଟିଲା ବିସ୍ପୋରଣ ପଚଣ୍ଡ ଶଦ୍ଦ ରେ ଥରିଉଠୁଲା ଗାଁ। ଖାଲି ଗାଁ ନୁହେଁ ଗାଁ ଠାରୁ ୫ କିଲୋମିଟର ପର୍ଯ୍ୟନ୍ତ ଏମିତି ଶଦ୍ଦ ହେଲା ଯାହାର ଭୟକୁ ସମସ୍ତେ ଅନୁମେୟ କରୁଥିଲେ। ଏହି ଶଦ୍ଦ ଥିଲା ବାଣ ବିସ୍ପୋରଣ ର। ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ଲେଖନପୁର ଗ୍ରାମରେ ଆଜି ଅପରାହ୍ନ ୨ ସମୟରେ ଘଟିଛି ଏକ ସାଙ୍ଘାତିକ ବିସ୍ପୋରଣ। ବାଣ ଭିଡୁଥିବା ବେଳେ ଅଚାନକ ବିସ୍ପୋରଣ ଘଟି ଉଡି ଯାଇଛି ଘର ଆଜବେସ୍ଟସ ଆଉ ଭାଗିଂଯାଇଛି କାନ୍ଥ। ଏହି ବିସ୍ପୋରଣରେ ଜଣେ ବ୍ୟକ୍ତି ଗୁରୁତର ଆହାତ ହୋଇଥିବା ବେଳେ ଜଣେ କୁନି ଝିଅ ସାମାନ୍ୟ ଆହାତ ହୋଇଥିବା ସୂଚନା ମିଳୁଛି। ଖବରପାଇ ଘଟଣାସ୍ଥଳରେ ବେଗୁନିଆ ଓ ବାଙ୍କି ଅଗ୍ନିଶମ ବାହିନୀ ପହଞ୍ଚି ବିସ୍ଫୋରଣ ପରେ ଲାଗିଥିବା ନିଆଁକୁ ଆୟତ କରିଛନ୍ତି। ଏବଂ ବାଘମାରୀ ପୋଲିସ ,ଖୋର୍ଦ୍ଧା ଏସଡିପିଓ ସହ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନାନୁଯାଯୀ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଲେଖନପୁର ଗ୍ରାମର ଗୌରାଙ୍ଗ ଚରଣ ପଟ୍ଟନାୟକଙ୍କ ଘରେ ଚାଲିଥିଲା ବାଣ ଭିଡା କାମ । ଏହି ସମୟରେ ହଠାତ୍ କୌଣସି କାରଣରୁ ବାଣରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବାଣ ଭିଡା ହେଉଖିବା ଘର ର ଆଜବେସ୍ଟସ ସମ୍ପୂର୍ଣ୍ଣ ବିକ୍ଷିପ୍ତ ହୋଇ ଏଣେତେଣେ ପଡିଥିବା ବେଳେ ବାରୁଦ ନିଆଁ ଛିଟିକି ଆଖପାଖର ଚାରି ପାଚଂଟି ପାଳଗଦା ରେ ନିଆଁ ଲାଗିବା ସହିତ ଝାଟି ରେ ନିଆଁ ଲାଗିଥିଲା।
ତେବେ ବିସ୍ଫୋରଣ ର ଗୌରାଙ୍ଗ ଅଧା ହୋଇ ପୋଡି ହୋଇ ଗୁରୁତର ଆହାତ ହୋଇ ଚିକିତ୍ସିତ ହେଉଛନ୍ତି। ଏବଂ ଜଣେ କୁନି ଝିଅ ଏହି ବିସ୍ଫୋରଣ ରେ ସାମାନ୍ୟ ଆହାତ ହୋଇଥିବା ଜଣାପଡିଛି। ତେବେ ଘଟଣା ସମ୍ପର୍କରେ ଗ୍ରାମବାସୀ ମୁହଁ ଖୋଲିବାକୁ ପ୍ରସ୍ତୁତ ନଥିବା ବେଳେ ଘଟଣାସ୍ଥଳରେ ଖବର ପାଇ ବାଘମାରୀ ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ବେଗୁନିଆ ଓ ବାଙ୍କି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଛନ୍ତି । ତେବେ ଲେଖନପୁର ଗ୍ରାମରେ ବାରମ୍ବାର ବାଣ ବିସ୍ଫୋରଣ ଘଟୁଥିବା ପ୍ରଶାସନିକ ସ୍ତରରେ ଚେତା ପସୁନି। ଆଜି ବାଣ ବିସ୍ଫୋରଣ ରେ ଦାୟୀ କିଏ? ଯାହା ସାଧାରଣ ରେ ପ୍ରଶ୍ନ ଉଠିଥିବା ବେଳେ କାହିଁକି ଏପରି ବାରମ୍ବାର ବାଣ ବିସ୍ଫୋରଣ ଘଟୁଥିଲେ ସୁଦ୍ଧା ସ୍ଥାନୀୟ ପୋଲିସ ପ୍ରସାସନ ଏବଂ ଜିଲ୍ଲା ପ୍ରଶାସନ ନିରବ ଦଷ୍ଟା ପାଲଟିଛି ତାଙ୍କୁ ନେଇ ପ୍ରଶ୍ନବାଚୀ ସୁଷ୍ଟି ହୋଇଛି। ସେପଟେ ବିସ୍ଫୋରଣ ବିଷୟରେ ପୋଲିସ ମୁହଁ ଖୋଲୁନଥିବା ବେଳେ ସାଇଣ୍ଟିଫିକ ଟିମ୍ ଦ୍ବାରା ତଦନ୍ତ କରୁଛି ।
📱 Get Argus News App
✨ଅଧିକ ପଢନ୍ତୁ ଓଡିଶା ଖବର