Videos
|
Odisha

ବାଘକୁ ଶିକାର କରିବା ସହ ତାର ମାଂସ ବି ଖାଇଯାଉଛନ୍ତି ଶିକାରୀ 

Manini Pattanayak
Browse all articles by Manini Pattanayak
·1 year ago
ବାଘକୁ ଶିକାର କରିବା ସହ ତାର ମାଂସ ବି ଖାଇଯାଉଛନ୍ତି ଶିକାରୀ 

ଭୁବନେଶ୍ୱର: ରେଢ଼ାଖୋଲ ବନଖଣ୍ଡରେ ମାତିଛନ୍ତି ବାଘ ଶିକାରୀ। କଲରାପତରିଆ ବାଘକୁ ଶିକାର କରିବା ସହ ତାର ମାଂସ ବି ଖାଇଯାଉଛନ୍ତି। ଏ ନେଇ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି ଏପରି ଘଟଣା ଅତ୍ୟନ୍ତ ଘୃଣ୍ୟ ଓ ହୃଦୟ ବିଦାରକ। କଲରାପତରିଆ ବାଘକୁ ଶିକାର କରି ଶିକାରୀମାନେ ତାର ମାଂସ ଖାଉଥିବା ଖବର ଜଣାପଡିବା ପରେ ବନ ବିଭାଗ ପକ୍ଷରୁ ଚଢ଼ାଉ ହୋଇଥିଲା।

ମାଂସ, ଚମଡ଼ା ସହ ଶିକାରରେ ବ୍ୟବହୃତ ବନ୍ଧୁକ ବି ଜବତ ହୋଇଛି। ଘଟଣାରେ 3 ଜଣଙ୍କୁ ଗିରଫ କରାଯାଇଛି, 4 ଜଣ ଫେରାର ଅଛନ୍ତି। ସେମାନଙ୍କୁ ଖୋଜା ଚାଲିଛି। ବାଘ ଶିକାର କରିଥିବା ସମସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ବନ୍ୟଜନ୍ତୁ ଶିକାର ଅପରାଧରେ 7 ବର୍ଷ ଯାଏଁ ଜେଲ୍ ଦଣ୍ଡର ବ୍ୟବସ୍ଥା ଅଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The hunter hunts the tiger and eats its meat | Argus News