Videos
|
Odisha

ସାମାନ୍ୟ ବଚସାରୁ ସ୍ତ୍ରୀ କୁ ଅତି ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ସାମାନ୍ୟ ବଚସାରୁ ସ୍ତ୍ରୀ କୁ ଅତି ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ

ମୟୁରଭଞ୍ଜ : ପାରିବାରିକ କଳହର କରୁଣ ପରିଣତି, ସାମାନ୍ୟ ବଚସାରୁ ସ୍ତ୍ରୀ କୁ ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ। ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା ବାଲିଯୋଡ଼ା ଗ୍ରାମରେ। ଗ୍ରାମର ଶୁକଦେବ ସିଂ ରାତିରେ ବଜାରରୁ ଫେରି ଘରେ ପହଞ୍ଚିଥିଲେ। ଘରେ ପହଂଚିବା ପରେ କୌଣସି କାରଣକୁ ନେଇ ଶୁକଦେବ ଏବଂ ତାଙ୍କ ସ୍ତ୍ରୀ କୁନିମଣି ସିଂଙ୍କ ମଧ୍ୟରେ ବଚସା ହୋଇଥିଲା। ଘର ଭିତରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ ଝଗଡା ଏତେ ଉଗ୍ରରୂପ ନେଇଥିଲା ଯେ ସ୍ୱାମୀ ଶୁକଦେବ ଏକ ପଥରରେ ସ୍ତ୍ରୀର ମୁଣ୍ଡ କୁ ଛେଚି ଦେଇଥିଲା।

ଅଧିକ ପଢନ୍ତୁ : ବିଷ ପିଇ ମାଆ ମୃତ, ପୁଅ ଗୁରୁତର

ଯାହାକି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ସକାଳୁ ଶୁକଦେବ ତାଙ୍କ ସ୍ତ୍ରୀ କୁ ମାରିଦେଇଥିବା କଥା ପରିବାର ଲୋକଙ୍କୁ କହିଥିଲେ। ହେଲେ ଏହି ଘଟଣାକୁ ପରିବାର ଲୋକେ କାହାକୁ ଜଣାଇ ଣ ଥିଲେ। ତେବେ ଗତକାଲି ବିଳମ୍ବିତ ରାତିରେ ପୋଲିସ ଜାଣିବା ପରେ ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ସ୍ୱାମୀ କୁ ଥାନାରେ ଅଟକ ରଖିଛି। ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କୁ ତ୍ୱରାନ୍ୱିତ କରିଛି। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The husband brutally killed his wife | Argus News