Videos
|
Odisha

ଅନ୍ୟ ଜଣେ ଯୁବକଙ୍କ ସହ ଫେରାର ହୋଇଥିବା ନେଇ ଅଭିଯୋଗ କଲେ ସ୍ୱାମୀ 

Manini Pattanayak
Browse all articles by Manini Pattanayak
·2 years ago
ଅନ୍ୟ ଜଣେ ଯୁବକଙ୍କ ସହ ଫେରାର ହୋଇଥିବା ନେଇ ଅଭିଯୋଗ କଲେ ସ୍ୱାମୀ 

କଟକ: 3ଟି ନାବାଳିକା କନ୍ୟା ସନ୍ତାନକୁ ଛାଡି ମାଆ ଫେରାର। ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କେଂଟାଳୋ ଗାଁରେ। ଗତକାଲି ରାତିରେ ବାହାରକୁ ଶୌଚ ଆସିବାକୁ କହି କେଉଁଆଡ଼େ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ଫେରାର ମହିଳାଙ୍କ ସ୍ୱାମୀ।

ଫେରାର ମହିଳାଙ୍କ ନାଁ ଲିଲି ପ୍ରଧାନ। ଲିଲିକୁ ସେହି ଅଞ୍ଚଳର ଜଣେ ଯୁବକ ପ୍ରଲୋଭନ ଦେଖାଇ ନେଇ ଯାଇଥିବା ଅଭିଯୋଗ କରିଛନ୍ତି ତାର ଘର ଲୋକେ। ତେବେ 3ଟି ନାବାଳିକା କନ୍ୟାଙ୍କୁ ଛାଡି ଲିଲି ଜଣେ ମାଆ ହୋଇ ଏପରି କିପରି କରିପାରିଲେ କିମ୍ବା ତାଙ୍କୁ  ଜୋର ଜବରଦସ୍ତ ଅପହରଣ କରାଯାଇଛି ଏନେଇ ତଦନ୍ତ କରି ଲିଲିଙ୍କୁ ଫେରାଇ ଆଣିବା ପାଇଁ ନିଶ୍ଚିନ୍ତକୋଇଲି ଥାନାରେ ଏତେଲା କରାଯାଇଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The husband complained his wife had gone back with another young man | Argus News