ସ୍ତ୍ରୀ ମାଡ଼ରେ ସ୍ବାମୀ ମୃତ

ଅର୍ଗସ ବ୍ୟୁରୋ: ପୁରାଣ ଯୁଗରେ ନିଜ ଶଙ୍ଖା ସିନ୍ଦୁରକୁ ରକ୍ଷା କରିବାକୁ ନିଜ ମୃତ ସ୍ବାମୀଙ୍କ ଜୀବନକୁ ଯମଠାରୁ ଫେରାଇ ଆଣିଥିଲେ ସାବିତ୍ରୀ। କିନ୍ତୁ ଇଏ ପରା କଳିଯୁଗ। ସ୍ବାମୀ କୁଆଡେ ଇହକାଳ ପରକାଳର ଦେବତା। କିନ୍ତୁ ଆଜି ଏଭଳି ଏକ ଘଟଣା ଘଟିଛି ନିଜୋ ସ୍ତ୍ରୀ ହିଁ ସ୍ବାମୀ ମୃତ୍ୟୁର କାରଣ ସାଜିଛି।
ସ୍ତ୍ରୀ ମାଡ଼ରେ ସ୍ଵାମୀ ମୃତ। ସ୍ତ୍ରୀ ମାରୁ ମାରୁ ଚାଲିଗଲା ସ୍ବାମୀର ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ପଞ୍ଚାୟତର ମାରଦିପଙ୍କା ଗ୍ରାମରେ l ମୃତକ ହେଲେ ସ୍ଵାମୀ ନେତ୍ର ମାଝୀ(୬୩) l ଗତକାଲି ରାତିରେ କୌଣସି କଥାକୁ ନେଇ ସ୍ତ୍ରୀ ଶୁଭନ୍ତି ମାଝୀ(୬୦) ଓ ସ୍ଵାମୀ ନେତ୍ର ମାଝୀ(୬୩)ଙ୍କ ମଧ୍ୟରେ କଥା କଟାକଟିରୁ ପ୍ରବଳ ଗଣ୍ଡଗୋଳ ହୋଇଥିଲା।
ସେହି ସମୟରେ ସ୍ତ୍ରୀ ଶୁଭନ୍ତି ଉତ୍ତ୍ୟକ୍ତ ହୋଇ ସ୍ଵାମୀଙ୍କୁ ମାଡ଼ ମାରିଥିଲେ । ଫଳରେ ସ୍ତ୍ରୀର ମାଡ଼ରେ ସ୍ବାମୀ ନେତ୍ରଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଖବର ପାଇ ଘଟଣା ସ୍ଥଳରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର