Videos
|
Odisha

ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ 

Manini Pattanayak
Browse all articles by Manini Pattanayak
·2 years ago·1 min read
ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ 

ଯାଜପୁର:  ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବରୀ ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏହି ହତ୍ୟାକାଣ୍ଡ ରେ ସ୍ଵାମୀ ଓ ସଂପର୍କୀୟ ନାତି କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ସୂଚନା ମୁତାବକ ବିଞ୍ଝାରପୁର ଥାନା ମଧୁସୂଦନପୁର ସ୍ଥିତ ମଧୁସୂଦନପୁର ନୋଡାଲ ଉପ୍ରା ବିଦ୍ୟାଳୟ ହତା ମଧ୍ୟରେ ଥିବା ଶୌଚାଳୟରୁ ଗତ ସୋମବାର ବିନୋଦିନୀ ସାହୁଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ଏହି ଘଟଣାରେ ଦୁଇ ଜଣ ଙ୍କୁ ଅଭିଯୁକ୍ତ ମୃତକଙ୍କ ସ୍ୱାମୀ ଅଲେଖ ଚନ୍ଦ୍ର ବେହେରା ଓ ସମ୍ପର୍କୀୟ ନାତି ତଥା ଗ୍ରାମର ତ୍ରିଲୋଚନ ବେହେରାଙ୍କ ପୁଅ ବାଦଲ ବେହେରାଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇ ଥିଲା। ଅଭିଯୁକ୍ତ ପୋଲିସ ଆଗରେ ହତ୍ୟାକାଣ୍ଡ କରି ବିଦ୍ୟାଳୟ ଶୌଚାଳୟ ମଧ୍ୟରେ ପକାଇଥିବା ମାନିବା ପରେ ପୋଲିସ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି ଘଟଣାସ୍ଥଳ କୁ ନେଇ ସିନରିକ୍ରେଶନ କରିଥିଲା। ଆଜି ଦୁଇ ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରି ପାରିବାରିକ କଳହ କୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ଘଟିଥିବା ବିଞ୍ଝାରପୁର ଥାନା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କା। ଏହି ସାମ୍ବାଦିକ ସମ୍ମିଳନୀ ରେ ବିଞ୍ଝାରପୁର ଥାନା ଅଧିକାରିଣୀ ଅଂଶୁମାଳା ଦାସ ଉପସ୍ଥିତ ଥିଲେ।

ଅଧିକ ପଢନ୍ତୁ ଓଡ଼ିଶା ଖବର  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The husband killed his wife over a family dispute | Argus News