Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏକତରଫା ପ୍ରେମର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା ଉଦ୍ୟମ କଲା ସ୍ୱାମୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଏକତରଫା ପ୍ରେମର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା ଉଦ୍ୟମ କଲା ସ୍ୱାମୀ

ଅର୍ଗସ ବ୍ୟୁରୋ:  ଏକତରଫା ପ୍ରେମର କରୁଣ ପରିଣତି । ପତ୍ନୀକୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କଲା ସ୍ୱାମୀ  । ଏ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ପଟିଆ ଅଞ୍ଚଳରେ । ସ୍ତ୍ରୀର ବଡ଼ ଭଉଣୀକୁ ଏକତରଫା ପ୍ରେମ କରି ବିଫଳ ହେବା ପରେ ସ୍ତ୍ରୀକୁ ହତ୍ୟା ଉଦ୍ୟମ କରିଛି ସ୍ୱାମୀ । ଗତକାଲି ସନ୍ଧ୍ୟାରେ ପୀଡ଼ିତା ଜଣକ ପଟିଆ ସ୍ଥିତ କର୍ମସ୍ଥଳରୁ ସ୍କୁଟି ଯୋଗେ ଘରକୁ ଫେରିବା ବେଳେ ସ୍ୱାମୀ ନିଜ ପିକଅପ ଭ୍ୟାନକୁ ଦ୍ରୁତଗତିରେ ଚଳାଇ ଆଣି ସ୍ତ୍ରୀଙ୍କ ପଛପଟରୁ ଖୁବ ଜୋରସେ ଧକା ଦେଇଥିଲେ । ସ୍ତ୍ରୀ ସ୍କୁଟି ସହ ତଳେ ପଡ଼ିଯିବା ପରେ ଅଭିଯୁକ୍ତ ତାଙ୍କୁ ନିଜ ଗାଡିରେ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲେ ।

ସ୍ଥାନୀୟ ଲୋକ ଏହା ଦେଖି ଅଭିଯୁକ୍ତଙ୍କ ଗାଡ଼ିକୁ ପିଛା କରି ତାକୁ ଅଟକାଇବା ସହିତ ଉଦ୍ଧାର କରି ହସ୍ପିଟାଲକୁ ସ୍ଥାନନ୍ତର କରିଥିଲେ । ଏହି ଘଟଣାରେ ସ୍ତ୍ରୀଙ୍କର ଡାହାଣ ହାତ ହାଡ ଭାଙ୍ଗି ଯାଇଥିବା ବେଳେ ସ୍କୁଟିଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା । ଘଟଣାର ଅଭିଯୋଗ ପରେ, ଇନଫୋସିଟି ଥାନା ପୁଲିସ ମାମଲାର ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The husband tried to kill his wife by driving her | Argus News