Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୁଣା ପ୍ରେମ ପାଇଁ ପିଶାଚି ହେଲେ ପତ୍ନୀ

Manini Pattanayak
Browse all articles by Manini Pattanayak
·2 years ago·1 min read
ପୁରୁଣା ପ୍ରେମ ପାଇଁ ପିଶାଚି ହେଲେ ପତ୍ନୀ

ଗଜପତି: ପୁରୁଣା ପ୍ରେମ ପାଇଁ ପିଶାଚି ହେଲେ ପତ୍ନୀ। ପ୍ରେମିକ ସହ ମିଶି ସ୍ବାମୀକୁ କରିଥିଲା ହତ୍ୟା । ସ୍ବାମୀ ଛାତିକୁ ୨୫ ଥର ଏବଂ ପିଠିକୁ ୨୭ ଥର ସ୍କୃ ଡ୍ରାଇଭରରେ ଭୁଶାଯାଇଥିଲା । ଗଜପତି ତୋଟାଗୁମୁଡା ଯାତ୍ରୀ ବିଶ୍ରାମାଗାର ନିକଟରୁ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛି ପୋଲିସ । ମାମଲାରେ ଅଭିଯୁକ୍ତ ସ୍ତ୍ରୀ ମରାଠୀ ଜୟଲକ୍ଷ୍ମୀ ଓ ପ୍ରେମିକ ଏନ.ଉପେନ୍ଦ୍ରଙ୍କୁ ଗିରଫ କରାଯାଇଛି । 

ତୋଟାଗୁମୁଡା ଗାଁର ଯାତ୍ରୀ ବିଶ୍ରାମାଗାର ନିକଟରୁ ଗତ ୨୯ ତାରିଖରେ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା । ମୃତ ଯୁବକ ଏମ.ଲିଙ୍ଗରାଜ । ମାମଲାର ଛାନଭିନ୍ କରି ପୋଲିସ ଘଟଣାର ପର୍ଦ୍ଦାଫାସ କରିଛି । ବାହାଘର ପରଠାରୁ ହିଁ ଲିଙ୍ଗାରାଜଙ୍କୁ ରାସ୍ତାରୁ ହଟାଇବା ପାଇଁ ଜୟଲକ୍ଷ୍ମୀ ଓ ତାଙ୍କ ପ୍ରେମିକ ଉପେନ୍ଦ୍ର ଷଡଯନ୍ତ୍ର କରୁଥିଲେ । ପୁରୁଣା ପ୍ରେମ ପାଇଁ ବିବାହର ୪ ମାସ ପରେ ପ୍ରେମିକ ସହ ମିଶି ସ୍ତ୍ରୀ ଏହି ହତ୍ୟାକାଣ୍ଡ ରଚିଥିବା ଏସପି ସୂଚନା ଦେଇଛନ୍ତି । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The husband was hit 25 times on the chest and 27 times on the back by the screwdriver | Argus News