Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବେଆଇନ ଗଚ୍ଛିତ ଟଙ୍କାର ଗଣତି ସରିଲା, ମୋଟ୍ 305 କୋଟି ଟଙ୍କା ଜବତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବେଆଇନ ଗଚ୍ଛିତ ଟଙ୍କାର ଗଣତି ସରିଲା, ମୋଟ୍ 305 କୋଟି ଟଙ୍କା ଜବତ

ଅର୍ଗସ ବ୍ୟୁରୋ: ରାଜ୍ୟରେ ମଦ ମାଫିଆଙ୍କ ଆଡ୍ଡାରେ ବଡ଼ ଆଇଟି ରେଡରୁ ଜବତ ବେଆଇନ ଗଚ୍ଛିତ ଟଙ୍କାର ଗଣତି ସରିଛି। ମୋଟ୍ 305 କୋଟି ଟଙ୍କା ଜବତ ହୋଇଥିବା ସୂଚନା ଦେଇଛନ୍ତି ଆୟକର ଅଧିକାରୀ। ଗଣତି ସରିଥିଲେ ବି ଏହା ରାଜ୍ୟରେ ଥିବା 24 ବର୍ଷର କ୍ଷମତାଧାରୀଙ୍କ ନୀତି ନୈତିକତା ଉପରେ ସୃଷ୍ଟି କରିଛି ଅନେକ ପ୍ରଶ୍ନବାଚୀ। ରାଜ୍ୟରେ ବିଜେଡି ସରକାର ଲୋକଙ୍କୁ କରିଛି ମଦୁଆ। ଲୋକେ ପଛେ ମରୁ ବ୍ୟକ୍ତିଗତ ସ୍ୱାର୍ଥରେ ନଆସୁ ଆଞ୍ଚ। ମଦରୁ ବଡ଼ ରାଜସ୍ୱ ଆସୁଛି ବୋଲି ତଥ୍ୟ କହୁଛି। ହେଲେ ଏହି ଅର୍ଥ ସମୁଦ୍ରକୁ ଶଙ୍ଖେ।

5 ଶହ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବେଆଇନ ଗଚ୍ଛିତ ମଦ ଟଙ୍କା ପ୍ରମାଣିତ କଲା ରାଜସ୍ୱକୁ ଯେତିକି ଆସେ ପକେଟକୁ ଅଧିକ ଯାଉଛି। ଦିଲ୍ଲୀରେ ଆପର ମଦ ଦୁର୍ନୀତି ଠାରୁ ବହୁ ଗୁଣା ବଡ଼ ଓଡ଼ିଶାରେ ସାହୁ ଆଣ୍ଡ୍ କୋ ମାର୍ଫତରେ ଚାଲିଥିଲା ମଦ ଦୁର୍ନୀତି। ଦୀର୍ଘ ଦଶନ୍ଧି ଧରି ଅକ୍ସନ ନକରି ଲାଇସେନ୍ସ ଧାରୀ ମାନଙ୍କୁ ଗଡ଼ାଇ ଚାଲିଛନ୍ତି, ବଦଳରେ ମୋଟା ଅଙ୍କର ଅର୍ଥ ନେଉଥିବାର ମିଳିଲା ବଡ଼ ପ୍ରମାଣ। 24 ବର୍ଷ ସରକାରର ନୀତି ପରିବାର ଭାଙ୍ଗି, ମହିଳା ବିଧବା ହେଉ, ଯବୁ ପିଢି ରୋଗାକ୍ରାନ୍ତ ହେଇ ତଳିତଳାନ୍ତ ହେଉ କିନ୍ତୁ ଆମ ପକେଟ୍ ଗହମ ହେଉ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
The illegal hoarded money has been counted, a total of Rs 305 crore has been seized | Argus News