Videos
|
Odisha

ପାହାଡ଼ ଶୀର୍ଷରେ ଆକର୍ଷଣୀୟ ରାମ ମନ୍ଦିର, ଥରେ ଗଲେ ଫେରିବାକୁ ହେବନି ମନ

Ritu Das
Browse all articles by Ritu Das
·2 years ago·2 min read
ପାହାଡ଼ ଶୀର୍ଷରେ ଆକର୍ଷଣୀୟ ରାମ ମନ୍ଦିର, ଥରେ ଗଲେ ଫେରିବାକୁ ହେବନି ମନ

ଅର୍ଗସ ବ୍ୟୁରୋ: ଅଯୋଧ୍ୟା ରାମ ମନ୍ଦିରର ଭବ୍ୟ ପ୍ରାଣ ପ୍ରତିଷ୍ଠା ଆସନ୍ତା ଜାନୁୟାରୀ ୨୨ ତାରିଖରେ ହେବ। ଏଥିପାଇଁ ପୁରା ଦେଶରେ ଉତ୍ସାହର ମାହୋଲ। ତେବେ ରାମ ମନ୍ଦିର ପ୍ରତିଷ୍ଠା ଦିନ ହିଁ ପ୍ରତିଷ୍ଠା ହେବ ଓଡ଼ିଶାର ଏକ ଭବ୍ୟ ରାମ ମନ୍ଦିର l ରାମ ଭକ୍ତଙ୍କ ପାଇଁ ଅପେକ୍ଷା କରିଛି ନୟାଗଡ଼ ଜିଲ୍ଲାସ୍ଥିତ ରାମ ମନ୍ଦିର l ଅଯୋଧ୍ୟାର ଭ୍ରମ ସୃଷ୍ଟି କରୁଛି ଏହି ମନ୍ଦିର। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ରାମ ମନ୍ଦିରର ଭିଡିଓ।  ଚାଲନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ କିଛି ସୁନ୍ଦର ତଥ୍ୟ।
ପାହାଡ଼ ଶୀର୍ଷରେ ରାମ ମନ୍ଦିର l ଆଖି ଲାଖି ଗଲା ପରି ମନ୍ଦିର  l ପ୍ରାକୃତିକ ପରିବେଶରେ ପର୍ଯ୍ୟଟକଙ୍କ ଅପେକ୍ଷାରେ ରହିଛି ଏହି ମନ୍ଦିର l

ରାମଙ୍କ ଦର୍ଶନ ସହ ଲକ୍ଷ୍ମଣ, ସୀତା ଏବଂ ହନୁମାନଙ୍କର ମିଳିବ ଦର୍ଶନ l କେବଳ ସେତିକି ନୁହେଁ ମୁଖ୍ୟ ଦେବାଦେବିଙ୍କ ଦର୍ଶନ ସହ କିଛି ସମୟ ଦେବଲୋକର ଭ୍ରମ ସୃଷ୍ଟି କରିବ।  ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ପାହାଡ ଶୀର୍ଷରେ ରହିଛି ଏହି ଅଯୋଧ୍ୟା ରୁପି ସ୍ଥାନ l ଫତେଗଡ ଗ୍ରାମବାସୀ ଓ ଶ୍ରୀରାମ ସେବା ପରିଷଦ ନିଜସ୍ବ ପୁଞ୍ଜିରେ ନିର୍ମାଣ କରିଛନ୍ତି ଭବ୍ୟ ରାମ ମନ୍ଦିର l ଗ୍ରାମବାସୀଙ୍କ ଉଦ୍ୟମରେ ଏଠି ନିର୍ମାଣ ହୋଇଛି ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଚନ୍ଦ୍ରଙ୍କ ମନ୍ଦିର l ରାଜ୍ୟ ତଥା ରାଜ୍ୟ ବାହାରର ବଛା ବଛା କାରିଗର ମନ୍ଦିର ନିର୍ମାଣ କରିଛନ୍ତି l ରେଖ, ଭଦ୍ର , ମୋହନ ଢାଞ୍ଚାରେ ତିଆରି ହୋଇଥିବା ଏହି ମନ୍ଦିରର ଉଚ୍ଚତା ପ୍ରାୟ 65 ଫୁଟ l ରେଖର ଉଚ୍ଚତା 65, ଭଦ୍ରର 35 ଓ ମୋହନର ଉଚ୍ଚତା 25 ଫୁଟ ରହିଛି l ମନ୍ଦିରରେ ପୁରୀ, କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଦେଖିବାକୁ ମିଳୁଛି l କେବଳ ବଉଳମାଳା ପଥରରେ ନିର୍ମାଣ ହୋଇଛି ମନ୍ଦିର ଏବଂ ଚତୁଃପାର୍ଶ୍ୱ ପାର୍ଶ୍ବଦେବାଦେବୀଙ୍କ ମୂର୍ତ୍ତି ସଭିଙ୍କୁ କରିବ ଆନମନା l  ସାଧୁସନ୍ଥଙ୍କ ମନ୍ତ୍ରପାଠରେ ଗୁଞ୍ଜରିତ ହେବ ଚତୁଃପାର୍ଶ୍ୱ l ଏଥିରେ ପୁରୀ ଶଙ୍କରାଚାର୍ଯ୍ୟ ଏବଂ ଗଜପତି ମହାରାଜା ଯୋଗଦେବେ l ଅଯୋଧ୍ୟା ଭଳି ପ୍ରତିଷ୍ଠା ଉତ୍ସବକୁ ଖୁବ ଆଡ଼ମ୍ବର ସହକାରେ କରାଯିବ l  ପ୍ରତିଷ୍ଠା ପରେ ପ୍ରଥମେ ରାମଙ୍କୁ ଦର୍ଶନ କରିବେ ଶଙ୍କରାଚାର୍ଯ୍ୟ l

ତେବେ କେମିତି ଯିବେ ଏହି ସ୍ଥାନକୁ ନୟାଗଡରୁ ପ୍ରାୟ 35 କିଲୋମିଟର ଏବଂ ଭୁବନେଶ୍ୱରରୁ 70 କିଲୋମିଟର ଦୂର ହେବ ଏହି ଫତେଗଡ଼ ସ୍ଥିତ ଶ୍ରୀରାମ ମନ୍ଦିର l ମନ୍ଦିର ନିର୍ମାଣ ପୂର୍ବରୁ ଏହି ପାହାଡ ଉପରେ ଭାଗବତ ପୀଠ ଥିଲା l ବିଶ୍ବାସ ରହିଛି, ଗାଁରେ ବର୍ଷା ହେବା ପାଇଁ ଏଠାରେ ପୂଜା କରାଯାଉଥିଲା l ସେହି ବିଶ୍ୱାସକୁ ଆଧାର କରି, ଠାକୁର ଏହି ଠାରେ ରହୁଥିବାରୁ ଏଠାରେ ଏକ ମନ୍ଦିର ନିର୍ମାଣ ପାଇଁ ଗ୍ରାମବାସୀ ସ୍ବପ୍ନ ଦେଖିଥିଲେ l ତେଣୁ ଏବେ ପାହାଡ କାଟି ଏଠାରେ ମନ୍ଦିର ତିଆରି କରିଛନ୍ତି ଗ୍ରାମବାସୀ l ନିଖୁଣ କାରିଗରୀ ଦେଖିବାକୁ ମିଳୁଛି  l ମନ୍ଦିରର ଶୋଭାକୁ ଦ୍ବିଗୁଣିତ କରୁଛି ପାରିପାର୍ଶିକ ପରିବେଶ। ରାମ ଭକ୍ତଙ୍କ ପାଇଁ ଓଡିଶାର ଆଉ ଏକ ସୁନ୍ଦର ସ୍ଥାନ l ଏଠାରେ ଆଗାମୀ ଦିନରେ ରୋପ ୱେ ଆଦିର ବ୍ୟବସ୍ଥା କରାଯାଉଥିବା ଜଣାପଡିଛି। ତେବେ ନିଶ୍ଚିତ ଓଡ଼ିଶାର ନୟାଗଡ଼ରେ ଥିବା ଏହି ରାମ ମନ୍ଦିରକୁ ନିଶ୍ଚିତ ରଥରେ ବୁଲିଯାଆନ୍ତୁ। 

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: