Videos
|
Odisha

ବିଜେଡି ସରକାରଙ୍କ ମିଲର ପ୍ରୀତି ପାଇଁ କମୁଛି ଓଡ଼ିଶା ଚାଷୀଙ୍କ ଆୟ

Ritu Das
Browse all articles by Ritu Das
·2 years ago·2 min read
ବିଜେଡି ସରକାରଙ୍କ ମିଲର ପ୍ରୀତି ପାଇଁ କମୁଛି ଓଡ଼ିଶା ଚାଷୀଙ୍କ ଆୟ

ଅର୍ଗସ ବ୍ୟୁରୋ:  ସାରା ରାଜ୍ୟରୁ ସାମ୍ନାକୁ ଆସୁଛି ଚାଷୀଙ୍କ ଦୁର୍ଦ୍ଦଶାର ଚିତ୍ର। ନୂଆପଡ଼ା ହେଉ କି କଳାହାଣ୍ଡି । କେଉଁଠି ଖୋଲିନାହିଁ ମଣ୍ଡି। ତ ଆଉ କେଉଁଠି ମଣ୍ଡି ଖୋଲିଥିଲେ ବି ଆସୁନାହିଁ ଟୋକନ୍। ଫଳ ହେଉଛି ବାଧ୍ୟ ହୋଇ ଦଲାଲଙ୍କୁ କମ୍ ଦାମରେ ଧାନ ବିକ୍ରି କରୁଛନ୍ତି ଚାଷୀ। 

ନୂଆପଡ଼ା ଜିଲ୍ଲାରେ ଯଦିଓ 3 ଦିନ ତଳେ ମଣ୍ଡି ଖୋଲିଛି, କିନ୍ତୁ ସରିନାହିଁ ଚାଷୀଙ୍କ ଦୁର୍ଦ୍ଦଶା। ଇଏ ହେଉଛି ନୂଆପଡ଼ା ସଦର ବ୍ଲକ୍ ସାରାବଙ୍ଗର ସେୱାରାମ ପଟେଲଙ୍କ ଘର। ଧାନ ବିକ୍ରି ପାଇଁ ଟୋକନ ଆସିନାହିଁ । ଗଦା ହୋଇ ପଡ଼ିଛି ଶହ ଶହ ବସ୍ତା ଧାନ। ଭେଙ୍କଟ ସତ୍ୟ ନାରାୟଣ ରେଡ୍ଡୀଙ୍କ ଅବସ୍ଥା ବି ସମାନ। ବାର ଏକର ଜମିରୁ ତିନି ଶହରୁ କ୍ବିଣ୍ଟାଲରୁ ଅଧିକ ଧାନ ଉତ୍ପାଦନ କରିଛନ୍ତି। ତାଙ୍କ ଟୋକନ ରହିଛି ଜାନୁଆରୀ 24ରେ। ଧାନ ବିକିଲେ ଶ୍ରମିକଙ୍କ ମଜୁରୀ ଦେବାକୁ ଅପେକ୍ଷା କରିଛନ୍ତି ସତ୍ୟନାରାୟଣ। ସେବାରାମ ଓ ସତ୍ୟନାରାୟଣଙ୍କ ପରି ସାରାବଙ୍ଗର ଅନେକ ଚାଷୀ 15 ଦିନ ପୂର୍ବରୁ ଧାନ ଅମଳ କରିସାରିଲେଣି। ବିଳମ୍ବରେ ମଣ୍ଡି ଖୋଲିଥିଲେ ବି କାହାରି ଟୋକନ ଆସିନାହିଁ। 

କଳାହାଣ୍ଡିର କେସିଙ୍ଗାରେ ବି ମିଲରଙ୍କ ପାଦୂର୍ଭାବ। ମଣ୍ଡି ଖୋଲି ନଥିବାରୁ ଚାଷୀଙ୍କ ପାଖରୁ କମ ଦାମରେ ଧାନ କିଣି ମିଲ ଭରୁଛି ମିଲର। ବଲାଙ୍ଗିର ଜିଲ୍ଲାରେ ତ ଏଯାଏଁ ମଣ୍ଡି ଖୋଲିନାହିଁ। ପୁଣି ମଣ୍ଡିରେ ନାନା ଅବ୍ୟବସ୍ଥା। ସେଥିପାଇଁ ଧାନ କିଣା ଟୋକନ ଅବଧିକୁ ଦୁଇ ମାସ ବଢ଼ାଇବାକୁ ଦାବି କରିଛନ୍ତି ବିଜେପି ନେତା ମୁକେଶ ମହାଲିଙ୍ଗ। 

ଧାନ ହେଉଛି ଓଡ଼ିଶାର ମୁଖ୍ୟ ଫସଲ। ଅଧିକାଂଶ ଚାଷୀ ଧାନ ଉପରେ ନିର୍ଭର କରନ୍ତି। କିନ୍ତୁ ବର୍ଷ ପରେ ବର୍ଷ ଖଟି ଖଟି ଫସଲ ଉତ୍ପାଦନ କରିବା ପରେ ଧାନ ବିକ୍ରି କରିବାକୁ ନାହିଁ ନଥିବା ହଇରାଣ ହେଉଛନ୍ତି ଚାଷୀ। ସରକାର ବିଳମ୍ବରେ ମଣ୍ଡି ଖୋଲୁଛନ୍ତି। ଆଉ ବାଧ୍ୟ ହୋଇ କମ୍ ଦାମରେ ଧାନ ବିକ୍ରି କରୁଛନ୍ତି ଚାଷୀ। ଉତ୍ପାଦିତ ଫସଲର ଠିକ୍ ମୂଲ୍ୟ ମିଳୁନି, ଫଳରେ ରାଜ୍ୟରେ ବଢୁନି ଚାଷୀଙ୍କ ଆୟ। ଓଡ଼ିଶାର ଚାଷୀଙ୍କୁ ଗରିବ କରି ରଖିବା ପଛରେ ରହିଛି ରାଜ୍ୟ ସରକାର ଓ ମିଲରଙ୍କ ମିଳିତ ଷଡ଼ଯନ୍ତ୍ର। ଚାଷୀଙ୍କ ଧାନ ଟଙ୍କା ମିଳିମିଶି ଖାଇଯାଉଛନ୍ତି ସରକାର ଓ ମିଲର। ଯଦି କେନ୍ଦ୍ର ଧାର୍ଯ୍ୟ କରିଥିବା ସଠିକ୍ ଦାମରେ ଧାନ କିଣାଯାଆନ୍ତା ତେବେ ଓଡ଼ିଶାର ଚାଷୀଙ୍କର ଆୟ ଆହୁରି ୩୦ ପ୍ରତିଶତ ବୃଦ୍ଧି ପାଆନ୍ତା। କିନ୍ତୁ ଚାଷୀଙ୍କ ଆୟ ପାଇଁ ନୁହେଁ ମିଲରଙ୍କ ଲାଭ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ସରକାର। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆପଣ ଦେଖୁଛନ୍ତି ଓଡ଼ିଶାର ମଣ୍ଡିର ଅବସ୍ଥା। କିନ୍ତୁ ଗୁଜରାଟର ମଣ୍ଡିର ଚିତ୍ର ଦେଖନ୍ତୁ। ବଡ଼ ବଡ଼ ସେଡ୍ ତଳେ ଗଦା ହୋଇଛି ପିଆଜ, ରସୁଣ, କପା, ଶୁଖିଲା ଭଳି ଶହେରୁ ଅଧିକ ପ୍ରକାରର କୃଷି ଉତ୍ପାଦ। ଇଏ ହେଉଛି ଗୁଜରାଟ ଗୋଣ୍ଡଲରେ ଥିବା ଏପିଏମସି ମାର୍କେଟ୍ ୟାର୍ଡ। 77 ଏକର ଜମିରେ ନିର୍ମିତ ଏହି ମଣ୍ଡିରେ ବର୍ଷକୁ 10 ହଜାର କୋଟି ଟଙ୍କାର କାରବାର ହୁଏ। ପ୍ରତିଦିନ 25 ହଜାର ଚାଷୀ ଆସନ୍ତି। ଚାଷୀଙ୍କଠାରୁ ଅଧିକ ସଂଖ୍ୟାରେ ଆସନ୍ତି ବ୍ୟବସାୟୀ। ଫସଲର ନିଲାମ ଡକାଯାଏ। ଚାଷୀ ତାଙ୍କର ଉଚିତ ମୂଲ୍ୟ ଠିକ୍ ସମୟରେ ପାଆନ୍ତି। ଓଡ଼ିଶାର ଧାନ ମଣ୍ଡି ସହ ଗୁଜରାଟର ଏ ମଣ୍ଡିକୁ ତୁଳନା କଲେ ସ୍ପଷ୍ଟ ଜାଣିହୁଏ। ଚାଷୀଙ୍କ ପାଇଁ କେଉଁ ସରକାରଙ୍କର କେତେ ଦରଦ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

The income of Odisha | Argus News