Videos
|
Odisha

ଆଜି ଦ୍ୱିତୀୟ ଥର ପାଇଁ ଖୋଲିବ ଭିତର ରତ୍ନ ଭଣ୍ଡାର, ଶୁଭ ମୁହୂର୍ତ୍ତ ସକାଳ 9ଟା 51 ରୁ 12ଟା 15

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଜି ଦ୍ୱିତୀୟ ଥର ପାଇଁ ଖୋଲିବ ଭିତର ରତ୍ନ ଭଣ୍ଡାର, ଶୁଭ ମୁହୂର୍ତ୍ତ ସକାଳ 9ଟା 51 ରୁ 12ଟା 15

ଅର୍ଗସ ବ୍ୟୁରୋ:  ଭିତର ରତ୍ନଭଣ୍ଡାର ଉପରୁ ରହସ୍ୟ ହଟିବ । ଆଉ କିଛି ସମୟ ପରେ ଅର୍ଥା ସକାଳ 9ଟା 51 ରୁ 12ଟା 15 ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭିତର ରତ୍ନ ଭଣ୍ଡାର ଖୋଲିବାକୁ ଶୁଭ ମୁହୂର୍ତ୍ତ ଚୂଡ଼ାନ୍ତ ହୋଇଛି । ଭିତର ରତ୍ନଭଣ୍ଡାରକୁ ଯିବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ଆରମ୍ଭ ହେଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଜଷ୍ଟିସ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ସି.ବି.କେ ମହାନ୍ତି ବର୍ତ୍ତମାନ ବୈଠକରେ ଉପସ୍ଥିତ ଅଛନ୍ତି । ଗଜପତି ମହାରାଜା ଆଜି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ଯାଇପାରନ୍ତି । ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ରଥ ଏନେଇ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି ଗୋଟିଏ ପରେ ଗୋଟିଏ ଟିମ୍  । ଓଡ୍ରାଫ୍, ସ୍ନେକ୍‌ ହେଲ୍‌ପ ଲାଇନ୍‍, ଅକ୍ସିଜେନ, ଗ୍ୟାସ କଟର ସହ ଫାୟାର ଟିମ୍‌ ପ୍ରମୁଖ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି ।

ଏଥିରେ ସର୍ଚ୍ଚ ଲାଇଟ୍, ଜେନେରେଟର, ଅକ୍ସିଜେନ, ଫାୟାର କଟର, ସାପଧରା ଷ୍ଟିକ୍ ଆଦି ଆବଶ୍ୟକ ସାମଗ୍ରୀ ଧରି ମନ୍ଦିରକୁ ନିଆଯାଇଛି । ସେପଟେ ରତ୍ନଭଣ୍ଡାର ଖୋଲିବା ଦୃଷ୍ଟିରୁ ଶ୍ରୀମନ୍ଦିର ଚାରି ଦ୍ୱାର ଭକ୍ତଙ୍କ ଲାଗି ବନ୍ଦ କରାଯାଇଛି। ସିଂହଦ୍ଵାର ଦେଇ କେବଳ ଅଧୀକୃତ  ବ୍ୟକ୍ତି ମନ୍ଦିରକୁ ପ୍ରବେଶ ଅନୁମତି ରହିଛି । ଆଜି ପୁଣି ଥରେ ୧୧ ଜଣିଆ ଅଧିକୃତ କମିଟି ଯିବ । କମିଟିର କୌଣସି ସଦସ୍ୟ ଧାତଵ ପଦାର୍ଥ କିମ୍ବା ସୁନା ଜିନିଷପତ୍ର ପିନ୍ଧି ଯିବେ ନାହିଁ । ରତ୍ନ ଭଣ୍ଡାର ଖୋଲିବା ପାଇଁ ସକାଳ 8ଟାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗିଛି । ଗତ 14 ତାରିଖରେ ସମୟ ଅଭାବରୁ ଟିମ୍ କେବଳ ଭିତର ରତ୍ନଭଣ୍ଡାର ତାଲା ଭାଙ୍ଗି ବାହାରକୁ ଆସିଥିଲା । ପୁର୍ନବାର ଆଜି ହିଁ ଦିନ ନିର୍ଘଣ୍ଟ କରାଯାଇଛି ।  ସମାନ ଏସଓପି ବଜାୟ ରହିବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The inner ratna bhandar will open for the second time today | Argus News