Videos
|
Odisha

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ରହିଛି ତିନି ଝରକା: ବିଶ୍ୱନାଥ ରଥ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ରହିଛି ତିନି ଝରକା: ବିଶ୍ୱନାଥ ରଥ

ଅର୍ଗସ ବ୍ୟୁରୋ:  ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ତିନି ଝରକା ଥିବା କଥା ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଅର୍ଗସକୁ EXCLUSIVE ପ୍ରତିକ୍ରିୟା ଦେବାପରେ ଏବେ ଏହାକୁ ନେଇ ଲୋକଙ୍କ ମନରେ ଆଗ୍ରହ ଓ ଉତ୍କଣ୍ଠା ବଢିବାକୁ ଲାଗିଛି। ତେବେ ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର। ରତ୍ନଭଣ୍ଡାର ଭିତରେ ଝରକା,ଗୁପ୍ତକୋଠରୀ, ସୁଡଙ୍ଗ ଇତ୍ୟାଦି ରହିଥିବା ଶ୍ରୀଯୁକ୍ତ ସ୍ୱଇଁ ମହାପାତ୍ର କହିଥିବା ବେଳେ ତଦାରଖ କମିଟି ଏହାକୁ ବିସ୍ତୃତ ତନଖି କରିବାର ଆବଶ୍ୟକତା ରହିଥିବା କହିଛନ୍ତି।

ଅନ୍ୟପଟେ ଏଏସଆଇ ରତ୍ନଭଣ୍ଡାର ଭିତର ମରାମତି କରିବା ପୂର୍ବରୁ GPRସର୍ଭେ କରି ଚଟାଣ ତଳେ ଆଉ କଣକଣ ସବୁ ରହିଛି ସେନେଇ ଅନୁଧ୍ୟାନ କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ସେପଟେ ଭକ୍ତମାନେ ମଧ୍ୟ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ବିଷୟରେ ଜାଣିବାକୁ ଆଗ୍ରହ ରଖିଥିବା ବେଳେ ବାସ୍ତବରେ ଭିତରେ କଣକଣ ସବୁ ଅଛି ସେନେଇ କମିଟି ସର୍ବସାଧାରଣଙ୍କୁ ଜଣାନ୍ତୁ ବୋଲି କହିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 
 

The inner treasury of the temple has three windows: Vishwanath Rath | Argus News