ଡାହା ମିଛର ମୋହରା ସାଜିଛନ୍ତି ନିରୀହ ଲଖନପୁର ଗ୍ରାମବାସୀ

ଅର୍ଗସ ବ୍ୟୁରୋ: ପୁଣି ମୁଖ୍ୟମନ୍ତ୍ରୀଙ୍କ ମିଛ ପ୍ରଚାର । ମିଛ ପ୍ରଚାରରେ ସୀମିତ ରାଜ୍ୟ ସରକାର ପଦାରେ ପଡିଲା ଆମ ଓଡିଶା ନବୀନ ଓଡ଼ିଶାର ଅସଲ ସତ । ଡାହା ମିଛର ମୋହରା ସାଜିଛନ୍ତି ନିରୀହ ଲଖନପୁର ବ୍ଲକ ସୁନାରୀ ପଞ୍ଚାୟତ ଗ୍ରାମବାସୀ ।
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ସୁନାରୀ ପଞ୍ଚାୟତରେ କିଛି ଦିନ ପୂର୍ବରୁ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ହୋଇଥିଲା । କାର୍ଯ୍ୟକ୍ରମରେ ନିରୀହ ଗ୍ରାମବାସୀଙ୍କୁ ଗ୍ରାମ ପଞ୍ଚାୟତ ସମ୍ପର୍କିତ ବୁକଲେଟ ଦେଇ ସୁନାରୀ ପଞ୍ଚାୟତର ସରକାରୀ ଯୋଜନ ଏବଂ ନିର୍ମାଣ କାର୍ଯ୍ୟର ତଥ୍ୟ ଏବଂ ଫଟୋ ସ୍ଥାନଦେଇଛନ୍ତି ରାଜ୍ୟ ସରକାର । ପ୍ରଚାର ପ୍ରସାର ପାଇଁ ଲୋକଙ୍କ ହାତରେ ଆମ ଓଡିଶା ନବୀନ ଓଡିଶା ପ୍ରଚାର ବୁକଲେଟ ପତ୍ରରେ ରାଜ୍ୟ ସରକାରଙ୍କ ମିଛ ଧରିଲେ ଗ୍ରାମବାସୀ । ସୁନାରୀ ପଞ୍ଚାୟତରେ ଥିବା ଦୁଇଟି ମନ୍ଦିରରେ ଟଙ୍କାଟିଏ ଅନୁଦାନ ନଦେଇ କାହିଁକି ଏଭଳି ମିଛ ଫଟୋଚିତ୍ର ପ୍ରଚାରର ସାମିଲ କଲେ ନବୀନ ସରକାର ବୋଲି ପ୍ରଶ୍ନ କରିଛନ୍ତି ନିଜସ୍ୱ ଅନୁଦାନରେ ମନ୍ଦିର ନିର୍ମାଣ କରିଥିବା ଗ୍ରାମବାସୀ ।
ପ୍ରଥମେ ଦେଖନ୍ତୁ ଏହି ଦୁଇ ମନ୍ଦିର ଗୋଟିଏ ହେଉଛି ମାଁ ବୁଢ଼ାସାହାଜ ମନ୍ଦିର ଅନ୍ୟଟି ହେଉଛି ଶନି ମନ୍ଦିର । ଉଭୟ ମନ୍ଦିର ତିଆରି ପଛରେ ରହିଛି ଅନେକ ଭକ୍ତିମୟ ରହସ୍ୟ ଏବଂ ଠାକୁରଙ୍କ ପ୍ରତି ଭକ୍ତଭାବନା । ସମୟ କ୍ରମେ ଉଭୟ ବ୍ୟକ୍ତି ମନ୍ଦିର ନିଜସ୍ୱ ପ୍ରଚେଷ୍ଟା ଉଦ୍ୟମରେ ବହୁକଷ୍ଟରେ ଆର୍ଥିକ ଏବଂ ପାରିଶ୍ରମିକ ବଳରେ ଗ୍ରାମବାସୀଙ୍କ ମଙ୍ଗଳ ପାଇଁ ତିଆରି କରିଛନ୍ତି ମନ୍ଦିର । ହେଲେ ରାଜ୍ୟ ସରକାର ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ନ କରି ଆମ ଓଡ଼ିଶା ନବୀନ ଓଡ଼ିଶା ବୁକଲେଟରେ ଫୋଟୋ ସ୍ଥାନିତ କରିବା ପରେ ଏବେ ରାଜ୍ୟ ସରକାରଙ୍କ ମିଛ ଧରାପଡିଥିବା କହିଛନ୍ତି ଗ୍ରାମବାସୀ । ଏଭଳି ଠାକୁରଙ୍କ ନାଁରେ ମିଛ ପ୍ରଚାର ଯିଏ କରୁଛି ତାଙ୍କ ପ୍ରତି ଠାକୁର ହିଁ ବିଚାର କରିବେ ବୋଲି କହିଛନ୍ତି।
ଅନ୍ୟପଟେ ଏହି ଘଟଣାକୁ ଜନସାଧାରଣ ଦୃଢ ନିନ୍ଦା କରିଛନ୍ତି କହିଛନ୍ତି କି ବର୍ତ୍ତମାନ ରାଜ୍ୟ ସରକାର ଲଗାତାର ଭାବେ ମିଛ ଯୋଜନା କରି ଲୋକଙ୍କୁ ମିଛ ପ୍ରଚାରରେ ମୋହରା ବନାଇଛନ୍ତି । ଖାଲି ଏହି ଘଟଣା ନାହିଁ ଅନେକ ଘଟଣାର ରହିଛି ତାହା ତଦନ୍ତ କେବେ ହବ । କେବେ ସେ ସରକାରୀ ବାବୁ ମାନକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତାକୁ ଦେଖିବାକୁ ବାକି ରହିଲା।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର