Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଧାନସଭାର ଶୂନ୍ୟକାଳରେ ଉଠିଲା ଲକ୍ଷ୍ମୀ ବସ ଦୁର୍ନୀତି ପ୍ରସଙ୍ଗ

Ritu Das
Browse all articles by Ritu Das
·1 year ago·1 min read
ବିଧାନସଭାର ଶୂନ୍ୟକାଳରେ ଉଠିଲା ଲକ୍ଷ୍ମୀ ବସ ଦୁର୍ନୀତି ପ୍ରସଙ୍ଗ

ଅର୍ଗସ ବ୍ୟୁରୋ: ବିଧାନସଭାର ଶୂନ୍ୟକାଳରେ ଉଠିଲା ଲକ୍ଷ୍ମୀ ବସ ଦୁର୍ନୀତି ପ୍ରସଙ୍ଗ । ଏହି ପ୍ରସଙ୍ଗ ଉଠାଇ ବିଜେପି ବିଧାୟକ ବିଭୂତି ପ୍ରଧାନ କହିଛନ୍ତି ଲକ୍ଷ୍ମୀ ବସ ଚଳାଚଳରେ ୧୦ ମାସରେ ୩୭୪ କୋଟି ଟଙ୍କା କ୍ଷତି ହୋଇଛି । ସଂସ୍ଥା ମାନଙ୍କୁ ୧୫୦ କିଲୋମିଟର ହିସାବରେ ଟଙ୍କା ଦିଆଯାଉଛି । ନିର୍ବାଚନ ସମୟରେ ଘରୋଇ ବସ ବ୍ୟବହାର ପାଇଁ ୪ ହଜାର ଟଙ୍କା ସରକାରୀ ତହବିଲରୁ ଦିଆ ଯାଇଥିବା ବେଳେ ଲକ୍ଷ୍ମୀ ବସ ପାଇଁ ୧୪ ହଜାର ଟଙ୍କା ଦିଆ ଯାଇଛି। 

ଏକା କାମ ପାଇଁ ଲକ୍ଷ୍ମୀ ବସକୁ ଏତେ ଟଙ୍କା କେମିତି ଦିଆଗଲା। ଏହି ଲକ୍ଷ୍ମୀ ବସ ଯୋଜନାକୁ ବନ୍ଦ କରି ଯେଉଁ ବିଛିନ୍ନାଞ୍ଚଳରେ ଯେଉଁଠି ଆବଶ୍ୟକତା ରହିଛି ସେଠି ବସ ଚଳାଯାଉ।  ସେହିପରି ଲକ୍ଷ୍ମୀ ବସ  ଷ୍ଟାଣ୍ଡ ରେ ଗୋଟେ କାନ୍ଥ ପାଇଁ ୫ ଲକ୍ଷ ଟଙ୍କା ଦିଆଯାଇଛି । ଯେତେବେଳେ କି ପ୍ରଧାନମନ୍ତ୍ରୀ ଆବାସରେ ଘର ଟିଏ କରିବା ପାଇଁ ଦେଢ଼ ଲକ୍ଷ ଦିଆଯାଉଛି । ଏହା ସହିତ ବସ ଷ୍ଟାଣ୍ଡରେ ଦୁଇ ଜଣ ମହିଳା ଶଙ୍ଖ ଫୁଙ୍କୁଥିବାର ଚିତ୍ର ରହିଛି । ଏହା କେମିତି ମା'କୁ ସମ୍ମାନ । ତେଣୁ ମହିଳାଙ୍କ ଫଟୋ ହଟାଇ ଦୁଇ ଜଣ ପୁରୁଷଙ୍କ ଫଟୋ ସେଠି ଲଗାଯାଉ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The issue of | Argus News