Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଭିନ୍ନ ଦାବି ନେଇ କଳା ବ୍ୟାଚ ପିନ୍ଧିଲେ ସାମ୍ବାଦିକ

Manini Pattanayak
Browse all articles by Manini Pattanayak
·2 years ago·1 min read
ବିଭିନ୍ନ ଦାବି ନେଇ କଳା ବ୍ୟାଚ  ପିନ୍ଧିଲେ  ସାମ୍ବାଦିକ

 ବୌଦ୍ଧ:  କଣ୍ଟାମାଳ ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ମାନେ ବିଭିନ୍ନ. ଦାବି ନେଇ କଳା ବ୍ୟାଚ ପିନ୍ଧି ଆସନ୍ତାକାଲି ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି | ଏ ସମ୍ପର୍କରେ ଜିଲ୍ଲାପାଳ ଓ ଏସ ପି ଙ୍କୁ ମେଲ ଯୋଗେ ଲିଖିତ ଅଭିଯୋଗ କରିଛନ୍ତି | ଏ ସମ୍ପର୍କରେ ଏକ ଜରୁରୀ ବୈଠକ ଆଜି ମନମୁଣ୍ଡା ସ୍ଥିତ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ବ୍ଲକର ସାମ୍ବାଦିକ ମାନେ ଉପସ୍ଥିତ ରହିଥିଲେ I

ବୟସ୍କ ସାମ୍ବାଦିକଙ୍କୁ ପେନସନ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ପ୍ରଚଳିତ ସ୍ଵାସ୍ଥ୍ୟ ବୀମା ଯୋଜନାରେ ପିତାମାତା ଓ ୨୫ ବର୍ଷରୁ ଉର୍ଦ୍ଧ୍ଵ ସନ୍ତାନ ମାନଙ୍କୁ ସାମିଲ୍,ଅଧିସ୍ବୀକୃତି କମିଟି ପୁନର୍ଗଠନ ଓ ନିୟମାନୁଯାୟୀ ବ୍ୟାପକ ଅଧିସ୍ବୀକୃତି ପ୍ରଦାନ,ପ୍ରେସ୍ ଏକାଡେମୀ ଗଠନ ଆଦି ଅନେକ ଦାବି ନେଇ ସାମ୍ବାଦିକ ମାନେ  ଆସନ୍ତାକାଲି କଣ୍ଟାମାଳ ବ୍ଲକ ପରିସରରେ ପ୍ରତୀକ ଧାରଣାରେ ବସିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା |

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The journalist wore a black belt with various demands | Argus News