Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଷାଢ ଶୁକ୍ଳୁ ଦ୍ୱିତୀୟା ଛଡ଼ା ଅନ୍ୟ କୌଣସି ଦିନ ହୋଇପାରିବନି ରଥଯାତ୍ରା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆଷାଢ ଶୁକ୍ଳୁ ଦ୍ୱିତୀୟା ଛଡ଼ା ଅନ୍ୟ କୌଣସି ଦିନ ହୋଇପାରିବନି ରଥଯାତ୍ରା

ଅର୍ଗସ ବ୍ୟୁରୋ:  ବହୁ ବାଦବିବାଦ ପରେ ଶେଷରେ ଜଗନ୍ନାଥଙ୍କୁ ନେଇ ଓଡିଆ ଭାବାବେଗର ବିଜୟ ହୋଇଛି । ହ୍ୟୁଷ୍ଟନରେ 9 ତାରିଖରେ ହେବାକୁ ଥିବା କାର୍ଯ୍ୟକ୍ରମରେ ରଥରେ ରହିବେ ନାହିଁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା । ରଥରେ କୃଷ୍ଣ ବଳରାମଙ୍କ ସହ ଶ୍ରୀଗୌର ନିତାଇ, ଚୌତନ୍ୟ ଓ ନିତ୍ୟାନନ୍ଦଙ୍କୁ ରଖାିବ । ରଥଯାତ୍ରା ବଦଳରେ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା କରାଯିବ । ଆମେରିକାରେ ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ସ୍ପଷ୍ଟିକରଣ ରଖି ଇସ୍କନ ପକ୍ଷରୁ ଏହା କୁହାଯାଇଛି । ହ୍ୟୁଷ୍ଟନରେ ଆୟୋଜିତ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ଆମେରିକା ସହ ଓଡିଶାରୁ ଜଗନ୍ନାଥ ପ୍ରେମୀଙ୍କ ବିରୋଧ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଇସ୍କନ ପକ୍ଷରୁ କୁହାଯାଇଛି । ରଥଯାତ୍ରାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପ୍ରସଙ୍ଗରେ ଆସନ୍ତା ମାସ ପୁରୀରେ ଶ୍ରୀମନ୍ଦିର ପ୍ରଶାସନ ସହ ବୈଠକରେ ଆଲୋଚନା ହେବ ବୋଲି ମଧ୍ୟ ଇସ୍କନ ପକ୍ଷରୁ କୁହାଯାଇଛି। ଆଷାଢ ଶୁକ୍ଳୁ ଦ୍ବିତୀୟା ଛଡ଼ା ଅନ୍ୟ କୌଣସି ଦିନ ହୋଇପାରିବନି ରଥଯାତ୍ରା । ସ୍କନ୍ଧ ପୁରାଣ ଓ ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ବର୍ଣ୍ଣିତ ତିଥିରେ ହେଉଛି ରଥଯାତ୍ରା । ଇସ୍କନ ସମ୍ମାନ ଦେଲା ଓଡ଼ିଆ ଭାବାବେଗକୁ । ଓଡ଼ିଶାରେ ଇସ୍କନ ଦୀର୍ଘଦିନରୁ ଏହାକୁ ଦେଇଆସୁଛି ସମ୍ମାନ ।

ଇସ୍କନ ପକ୍ଷରୁ ଏହା ଘୋଷଣା ହେବା ପରେ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଖୁସି ପ୍ରକଟ କରିଛନ୍ତି । କହିଛନ୍ତି ସବୁ ଜଗନ୍ନାଥଙ୍କ ଲୀଳା । ଜଗନ୍ନାଥ ଚାହିଁଲେନି ସେଥିପାଇଁ ହ୍ୟୁଷ୍ଟନରେ ରଥଯାତ୍ରା ବନ୍ଦ ହୋଇଗଲାଇସ୍କନ ପରମ୍ପରା ବିରୋଧୀ କାମରୁ ନିବୃତ ରହିଥିବାରୁ ସ୍ବାଗତ କରିଛନ୍ତି ଜଗନ୍ନାଥ ପ୍ରେମୀ । ଇସ୍କନ ହୁଷ୍ଟନ ଶାଖା ରଥଯାତ୍ରା ଆୟୋଜନ କରିବା ଜଗନ୍ନାଥ ପ୍ରେମୀଙ୍କ ମନରେ ତୀବ୍ର ଆଘାତ ଦେଇଥିଲା । ଆମେରିକାର ହୁଷ୍ଟନ୍ ରେ ରହୁଥିବା ପ୍ରବାସୀ ଭାରତୀୟ ମାନେ ବି ଏହାର ତୀବ୍ର ବିରୋଧ କରିଥିଲେ।

ହ୍ୟୁଷ୍ଟନରେ ଇସକନର ଅଦିନିଆ ରଥଯାତ୍ରା ପ୍ରସଙ୍ଗକୁ ଚାରିଆଡୁ ବିରୋଧ ହୋଇଥିଲା । ଗଜପତି ମହାରାଜା ଇସ୍କନ ବ୍ୟୁରୋକୁ ଚିଠି ଲେଖିବା ସହିତ ସାମ୍ବାଦିକ ସମ୍ମିଳନୀ କରି ଏହାର ବିରୋଧ କରିଥିଲେ । ଏପରି ହେଲେ ଆଇନର ଆଶ୍ରୟ ନେବେ ବୋଲି କହିଥିଲେ । ତାପରେ ଇସ୍କନ କର୍ତ୍ତୃପକ୍ଷ 9 ତାରିଖରେ ହେବାକୁ ଥିବା ରଥଯାତ୍ରାକୁ ବନ୍ଦ ଘୋଷଣା କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Sponsored
The journey cannot be made on any other day except the second of Asad Shukla | Argus News