Videos
|
Odisha

୫ ବର୍ଷର ଶିଶୁକୁ ହତ୍ୟା କରି ହାତ ଗୋଡ କାଟି ନେଇଗଲା ହତ୍ୟାକାରୀ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
୫ ବର୍ଷର ଶିଶୁକୁ ହତ୍ୟା କରି ହାତ ଗୋଡ କାଟି ନେଇଗଲା ହତ୍ୟାକାରୀ

ନବରଙ୍ଗପୁର : ମଣିଷ ନା ପଶୁ  ,ନା ଇଏ ରକ୍ଷାସ । ଏ ଘଟଣା ଦେଖିବା ପରେ ଆପଣ ଙ୍କ ମୁହଁରୁ ମଧ୍ୟ ଏମିତି କଥା ନିଶ୍ଚୟ ବାହାରିବ, ବାପା ସମ୍ମୁଖରେ  ୫ ବର୍ଷ ର ଶିଶୁକୁ ମୁଣ୍ଡରେ ପଥର ଛେଚି ବିଭତ୍ସ ହତ୍ୟା । ହତ୍ୟାପରେ ମୃତ ଶିଶୁର  ହାତ ଗୋଡ କାଟି ଘରେ ନେଇଗଲା ହତ୍ୟାକାରୀ । ହତ୍ୟାକାରୀ ଗିରଫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳ ମେଣ୍ଡରା ଗ୍ରାମରେ ଘଟିଛି ଏଇ ଅଭାବନୀୟ ଘଟଣା। ଜଣେ ୫ ବର୍ଷ ର ଶିଶୁ କୁ ବାପା ସମ୍ମୁଖରେ ଅମାନୁସିକ ଭାବେ ସେହି ଗ୍ରାମ ର ଜଣେ ଯୁବକ ଅତି ନିର୍ମମ ଭାବେ ମୁଣ୍ଡରେ ପଥର ଛେଚି ହତ୍ୟା କରିଛି। ଶିଶୁଟିକୁ ହତ୍ୟା ପରେ ତାର ହାତ ଓ ଗୋଡ କୁ କାଟି ସାଥିରେ ଘର କୁ ନେଇ ଯାଇଛି। ତେବେ ହତ୍ୟାକାରୀ ଯୁବକ କୁ ଡାବୁଗାଁ ପୁଲିସ ଧରିବାକୁ ସକ୍ଷମ ହୋଇଥିବା ବେଳେ ଯୁବକ କାହିଁକି ଏପରି ଜଘନ୍ୟ ହତ୍ୟାକାଣ୍ଡ କଲା ତାହା ଜଣାପଡି ନାହି।ମୃତ ଶିଶୁ ହେଲା  ମେଣ୍ଡରା ଗ୍ରାମର ଶିବ ମନ୍ଦିରର ପୂଜକ ସନାଧର ପୂଜାରୀଙ୍କ ପୁଅ ଚନ୍ଦନ ପୂଜାରୀ  ହୋଇଥିବା ବେଳେ ହତ୍ୟାକାରୀ ଯୁବକ ସେହି ମେଣ୍ଡରା ଗ୍ରାମର ଜଳ ସାନ୍ତା (୨୩) ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ ଡାବୁଗାଁ ଥାନା ବୋରିଗାଁ ପଞ୍ଚାୟତ ଅନ୍ତର୍ଗତ ମେଣ୍ଡରା ଗ୍ରାମର ଶିବ ମନ୍ଦିର ପୂଜକ ସନାଧର ପୂଜାରୀ ପ୍ରତିଦିନ ପରି ଆଜି ମଧ୍ୟ ସକାଳେ ପୂଜା କରିବାକୁ ଗ୍ରାମ ନିକଟ ଏକ ଛୋଟ ପାହାଡ ଉପରେ ଥିବା ସରଧେଶ୍ୱର ଶିବ ମନ୍ଦିରକୁ ଯାଇଥିଲେ।

ଅଧିକ ପଢନ୍ତୁ : ପ୍ରେମିକ ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ସାଥିରେ ଗ୍ରାମର ଦୁଇଜଣ ମଧ୍ୟ ମନ୍ଦିରକୁ ଯାଇଥିଲେ। ପୂଜକ ସନାଧରଙ୍କ ଗୋଟିଏ ବୋଲି ପୁଅ ଚନ୍ଦନ ଅଳି କରିବାରୁ ତା ଅଜା ହରିଦାସ ସାଥିରେ ତାକୁ ଆଜି ଦିନ ୯ ଘଣ୍ଟ ସମୟରେ ଶିବ ମନ୍ଦିର ରେ ପୂଜା କରୁଥିବା ବାପାଙ୍କ ପାଖକୁ ଆଣିଥିଲେ । ତେବେ ପୂଜକ ସନାଧର ପୂଜା କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ  ମନ୍ଦିର ସମ୍ମୁଖରେ ଖେଳୁଥିବା ୫ ବର୍ଷର ପୁଅ  ଚନ୍ଦନକୁ ସେହି ମେଣ୍ଡରା ଗ୍ରାମର ଜଳ ସାନ୍ତା (୨୩) ଅଚାନକ ମୁଣ୍ଡରେ ପଥର ଛେଚି ହତ୍ୟା କରିଥିଲା। ବାପା ସନାଧର ପୂଜାରୀ ପୁଅର ହତ୍ୟା ଦେଖି ଅଚେତ୍ ହୋଇଯାଇଥିଲେ। ଶିଶୁ କୁ ହତ୍ୟା ପରେ ହତ୍ୟାକାରୀ ଜଣକ ଅତି ବିଭତ୍ସ ଭାବେ ଶିଶୁର ଡାହାଣ ହାତ ଓ ବାମ ଗୋଡ ଛିଣ୍ଡାଇ ହାତରେ ଧରି ନିଜ ଘର କୁ ଯାଇଥିଲା। ସନାଧର ର ଚେତା ଫେରିବା ପରେ ପୁଅର ରକ୍ତ ଜୁଡୁ ବୁଡୁ ମୃତ ଦେହ ଦେଖି ଚିତ୍କାର କରିଥିଲେ। ସଙ୍ଗେ ସଙ୍ଗେ ଗ୍ରାମବାସୀ ମନ୍ଦିର ନିକଟରେ ପହଂଚି ଥିଲେ । କିନ୍ତୁ ସେଠାରେ ୫ ବର୍ଷ ର ଶିଶୁ କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଦେଖିଥିଲେ। ତୁରନ୍ତ ଗ୍ରାମବାସୀ ଡାବୁଗାଁ ପୁଲିସ କୁ ଏ ନେଇ ଖବର ଦେଇଥିଲେ। ଡାବୁଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ହତ୍ୟାକାରୀ ଯୁବକ ଜଳ ସାନ୍ତା କୁ ମଧ୍ୟ ଗିରଫ କରିଛନ୍ତି। ତେବେ କାହିଁକି ଜଣେ ୫ ବର୍ଷ ର ଶିଶୁ କୁ ଜଳ ସାନ୍ତା ଏଭଳି ନୃଶଂସ ଭାବେ ହତ୍ୟା କଲା ତାହା ଜଣା ପଡି ନ ଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛନ୍ତି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: