Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜମିବାଡ଼ି ବିବାଦ ନେଲା ଉଗ୍ରରୂପ: ଚାଲିଗଲା ବାପପୁଅଙ୍କ ଜୀବନ

Ritu Das
Browse all articles by Ritu Das
·1 year ago·1 min read
ଜମିବାଡ଼ି ବିବାଦ ନେଲା ଉଗ୍ରରୂପ: ଚାଲିଗଲା ବାପପୁଅଙ୍କ ଜୀବନ

ଅର୍ଗସ ବ୍ୟୁରୋ: ଜମିବାଡ଼ି ବିବାଦ ନେଲା ଉଗ୍ରରୂପ। ଗୋଟିଏ ପକ୍ଷର ଆକ୍ରମଣରେ ଅପରପକ୍ଷର ବାପପୁଅଙ୍କର ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ପୁରୀ ଜିଲ୍ଲାରେ। ମୃତକ ହେଲେ ରବି ସ୍ୱାଇଁ ଓ ତାଙ୍କ ପୁଅ ପ୍ରକାଶ ସ୍ୱାଇଁ।

ଗତକାଲି ରାତିରେ ପେଣ୍ଠକଟା ମେରାଇନ୍ ଥାନା ସମଗରା ଗାଁରେ ରବି ଓ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା। ପରେ ଉଭୟ ପରିବାର ମଧ୍ୟରେ ମାରପିଟ୍‌ ହେବା ସହ ଛୁରା ମାଡ଼ ହୋଇଥିଲା। ଏଥିରେ ରବି ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ଏଥିସହ ଅପରପକ୍ଷରେ ଜଣେ ଆହତ ହୋଇଥିଲେ।

ସମସ୍ତଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ରବିଙ୍କ ପୁଅ ପ୍ରକାଶଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ରବିଙ୍କର ମୃତ୍ୟୁ ଘଟିଛି। ପୁଲିସ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
The land dispute took | Argus News