ରାଜଧାନୀରେ ମାତିଛନ୍ତି ଜମି ଜବରଦଖଲକାରୀ
·1 year ago

ଅର୍ଗସ ବ୍ୟୁରୋ:ରାଜଧାନୀରେ ମାତିଛନ୍ତି ଜମି ଜବରଦଖଲକାରୀ। ୩ ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ। ଇନ୍ଫୋସିଟି ଥାନା ନିକଟସ୍ଥ କିଟ ଛକରେ ରହୁଥିବା ଜଣେ ମହିଳାଙ୍କ ଘରକୁ ଜବର ଦଖଲ କରିବା ପାଇଁ ଉଦ୍ୟମ କରିଥିଲେ ୧୦ ରୁ ୧୫ ଦୃର୍ବୁତ୍ତ। ଜେସିବି ଲଗାଇ ଘର ଗେଟ ପାଚେରୀ ଭାଙ୍ଗିଥିଲା ଏହି ଦୁର୍ବୃତ୍ତ ମାନେ। ପାଚେରୀ ଭାଙ୍ଗି ଜବରଦସ୍ତ ଟଙ୍କା ନେବା ସହ ଧମକ ମଧ୍ୟ ଦେଇଥିଲେ। ଏନେଇ ମହିଳା ଜଣକ ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ପୋଲିସ। ପରେ ୩ ଜଣଙ୍କୁ ଗିରଫ କରାଯାଇଛି। ତଦନ୍ତରୁ ଜଣା ପଡ଼ିଛି ଯେ ଏମାନେ ମୃତ ବ୍ୟକ୍ତିଙ୍କ ନାମରେ ଆଟର୍ଣି ପ୍ରସ୍ତୁତ କରି ବିଭିନ୍ନ ଲୋକଙ୍କ ସହ ଆଗ୍ରୀମେଣ୍ଟ କରି ଜମି ବିକୁଥିଲେ। ଗିରଫ ଅଭିଯୁକ୍ତ ହେଲେ ମାନସ ସାହୁ, ନିରଞ୍ଜନ ରାଉତ, ଜଗଦୀଶ ପାଟସାଣି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: