Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜାଗା ହରେଇବେ ଜାଗା ମିଶନ ଅଧିନରେ LRC ହାତେଇଥିବା ଅଯୋଗ୍ୟ

Odisha

ଜାଗା ହରେଇବେ ଜାଗା ମିଶନ ଅଧିନରେ LRC ହାତେଇଥିବା ଅଯୋଗ୍ୟ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଜାଗା ହରେଇବେ ଜାଗା ମିଶନ ଅଧିନରେ LRC ହାତେଇଥିବା ଅଯୋଗ୍ୟ

Key Points

  • ଅଯୋଗ୍ୟଙ୍କୁ ମିଳିବନି ଜାଗା
  • ଜାଗା ହରେଇବେ ଜାଗା ମିଶନ ଅଧିନରେ LRC ହାତେଇଥିବା ଅଯୋଗ୍ୟ
  • ଗତ ସରକାର ସମୟରେ ହିତାଧିକାରୀ-ଜାଗା ଉଭୟ ଥିଲା ବିବାଦରେ
  • ବିଜେଡି ସରକାରରେ ଜାଗା ମିଶନ୍ ଥିଲା ପ୍ରଚାରରେ ମାଧ୍ୟମ
  • ଏବେକାର ସରକାର ନେଉଛନ୍ତି ଦୃଢ ପଦକ୍ଷେପ

ଅର୍ଗସ ବ୍ୟୁରୋ:  ଜାଗା ମିଶନକୁ ନେଇ ମୋହନ ସରକାରଙ୍କ ପକ୍ଷରୁ ବଡ ନିଷ୍ପତି। ଯୋଗ୍ୟଙ୍କୁ ବାଦ ଦେଇ ଜାଗା ମିଶନରେ ଜାଗା ହତେଇଥିବା ଅଯୋଗ୍ୟଙ୍କୁ ଲାଗିବ ଝଟକା। ସରକାରଙ୍କ ପକ୍ଷରୁ ଆଉ ଥରେ ହେବ ଜାଗା ମିଶନର ସର୍ଭେ। ଏ ନେଇ ଗଣ ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ମନ୍ତ୍ରୀ କହିଛନ୍ତି ପୂର୍ବ ସରକାର ଭୁଲ ପ୍ରକ୍ରିୟାରେ LRC ଦେଇଥିଲେ। LRC କୁ ପୂର୍ବ ସରକାର ଲିଫ୍ଟଲେଟ ଭଳିଆ ବାଣ୍ଟିଛନ୍ତି ସେଥିରେ କୌଣସି ନୀତି ନିୟମ ମାନି ନାହାନ୍ତି। ବହୁତ ଜାଗାରେ ଭୁଲ ପ୍ରକ୍ରିୟାରେ BDA ଓ ରେଲୱେ ଜାଗାରେ ମଧ୍ୟ LRC ଦିଆ ଯାଇଛି। ଭୁଲ ପ୍ରକ୍ରିୟା ଯୋଗୁଁ ଭୁବନେଶ୍ବରରେ ସହ ଅନ୍ୟ ସହରରେ ସମସ୍ୟା ଦେଖା ଯାଉଛି ଯେଉଁଥି ପାଇଁ ସରକାର ଜାଗା ମିଶନ ଉପରେ ସମୀକ୍ଷା କରିଛନ୍ତି। ବସ୍ତି ବାସିନ୍ଦାଙ୍କର ସମ୍ମାନର ସହ ବଞ୍ଚିବାର ଅଧିକାର ଅଛି, ସରକାର ସମୀକ୍ଷା କରି ହିତାଧିକାରୀଙ୍କୁ ପୁଣି ଥରେ ଜାଗା ଯୋଗାଇଦେବେ।

ଅନ୍ୟପଟେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି ଜାଗା ମିଶନ ଅଧିନରେ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀ। କେବଳ ସେତିକି ନୁହେଁ ପୁନର୍ବାର ସର୍ଭେ ଆରମ୍ଭ ହେଲେ ପୁର୍ବ ସରକାରରେ ଜାଗା ହେଉଥିବା କିଛି ଦଲାଲ ବାଦ ପଡ଼ିବେ ବୋଲି କହିଛନ୍ତି ବସ୍ତି ବାସିନ୍ଦା। ଅନ୍ୟପଟେ ସରକାରଙ୍କ ପୁନଃ ସର୍ଭେ ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି ବିଜେପି ଓ କଂଗ୍ରେସ। ମୋହନ ସରକାର ବସ୍ତି ବାସିନ୍ଦଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ନିଷ୍ପତ୍ତିରେ ଅଟଳ ଥିବା ବେଳେ ଆଗକୁ ଅନେକ ବସ୍ତି ବାସିନ୍ଦାଙ୍କୁ ମୁଣ୍ଡ ଉପରେ ଛାତ ଘର ମିଳିବା ନେଇ ସମସ୍ତେ ଆଶାବାଦୀ ଅଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The land will be lost. The ineligible LRC will be given under the Land Mission. | Argus News