Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜିଠୁ ଆରମ୍ଭ ନବୀନଙ୍କ ପଞ୍ଚମ ପାଳିର ଶେଷ ବିଧାନସଭା ଅଧିବେଶନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଜିଠୁ ଆରମ୍ଭ ନବୀନଙ୍କ ପଞ୍ଚମ ପାଳିର ଶେଷ ବିଧାନସଭା ଅଧିବେଶନ

ଅର୍ଗସ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ନବୀନଙ୍କ ପଞ୍ଚମ ପାଳିର ଶେଷ ବିଧାନସଭା ଅଧିବେଶନ । ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇଥିବାରୁ ବେଶ୍ ସରଗରମ ରହିପାରେ ଗୃହ । ମୋଟ ୭ଟି କାର୍ଯ୍ୟଦିବସ ଥିବାବେଳେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ  ପ୍ରାୟ ୨ ଲକ୍ଷ ୬୦ ହଜାର କୋଟିର ବଜେଟକୁ ଗୃହରେ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଗୃହ କାର୍ଯ୍ୟ  । ୮ତାରିଖରେ ଅର୍ଥମନ୍ତ୍ରୀ କାମଚଳା ବଜେଟ୍ ଉପସ୍ଥାପନ କରିବେ ଓ ୯ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ ।

୧୩ତାରିଖ ପର୍ଯ୍ୟନ୍ତ ବିଧାନସଭା ଅଧିବେଶନ ଚାଲିବାର କାର୍ଯ୍ୟକ୍ରମ ରହିଛି। ତେବେ ବିଧାନସଭା ଅଧିବେଶନ ପାଇଁ କୌଣସି ଦଳ ଏପର୍ଯ୍ୟନ୍ତ ନିଜର ବିଧାୟକ ଦଳ ବୈଠକ କରିନଥିଲେ ମଧ୍ୟ ଗୃହ ପ୍ରଥମ ଦିନରୁ ସରଗରମ ହେବାର ଆଶଙ୍କା ରହିଛି ।  ରାଜ୍ୟ ସରକାରଙ୍କୁ ୫ ବର୍ଷର ହିସାବ ମାଗିବାକୁ ରଣନୀତି କରିଛନ୍ତି ବିରୋଧୀ । ଅର୍ପଣ ରଥରେ ଜଗନ୍ନାଥଙ୍କୁ ଅସମ୍ମାନ, ନିଯୁକ୍ତି ଦୁର୍ନୀତି, ମଣ୍ଡି ସମସ୍ୟା, ଦାଦନ, ଜଳସେଚନ, ପକ୍କା ଘର ଭଳି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି । ସେହିପରି ଆଞ୍ଚଳିକ ବୈଷମ୍ୟ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସହ ପରିକ୍ରମା ପ୍ରକଳ୍ପରେ 4200 କୋଟିର ହିସାବ ମାଗିବ କଂଗ୍ରେସ । ଅନ୍ୟପଟେ ଅଧିବେଶନ ସମୟରେ ୩ ଥାକିଆ ସୁରକ୍ଷାବଳୟ ମଧ୍ୟରେ ରହିବ ବିଧାନସଭା। ୩୧ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବେ । ଷ୍ଟ୍ରାଇକିଂ ଫୋର୍ସ, ଏସ୍‌ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍‌ ସ୍କ୍ବାଡ୍‌, ଅଗ୍ନିଶମ ବିଭାଗ ସବୁ ଦିଗ ଉପରେ କଡ଼ା ନଜର ରଖିବେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The last assembly session of Naveen's fifth term begins today | Argus News