ଅଧୁରା ରହିଗଲା ପରିବାରକୁ ଭେଟିବାର ଶେଷ ଆଶା

ଅର୍ଗସ ବ୍ୟୁରୋ: ମୋର ବାପାକୁ ଆଣିଦିଅ। ଆମର ଘର ଦ୍ବାର କିଛି ନାହିଁ। କାନ୍ଦି କାନ୍ଦି ନେହୁରା ହେଉଛି ଏକ କୁନି ଝିଅ। ନାହିଁ କୁନି ଝିଅ କହିଲେ ଭୁଲ ହେବ କାରଣ ତା ତଳ ଅଛନ୍ତି ଆହୁରି 5 ଭାଇ ଭଉଣୀ। ସମସ୍ତେ ଏବେ ବାପ ଛେଉଣ୍ଡ। 7 ମାସ ପରେ ବାପା ଘରକୁ ଫେରୁଛନ୍ତି ବୋଲି ଖୁସିରେ ଏମାନଙ୍କ ଗୋଡ଼ ତଳେ ଲାଗୁନଥିଲା। ହେଲେ ଦଇବ ଏମାନଙ୍କ ଖୁସି ସହିପାରିଲା ନାହିଁ। ସୁନ୍ଦରଗଡ଼ ସବଡେଗା ବ୍ଲକ କୁକରିଡିହି ଗାଁର ସୁରେଶ ଲାରଙ୍ଗ 7 ମାସ ତଳେ ଦାଦାନ ଖଟିବାକୁ ଗୋଆ ଯାଇଥିଲେ। ଘରକୁ ଟ୍ରେନରେ ଫରୁଛନ୍ତି ବୋଲି ଘରକୁ ଫୋନ କରି ଜଣାଇଥିଲେ। ହେଲେ ସେ ତ ଆସିଲାନି ଆସିଲା ତାଙ୍କ ମୃତ୍ୟୁ ଖବର। ବିଜୟୱାଡ଼ା ଷ୍ଟେସନରେ ରେଳ ଧାରଣାରୁ ତାଙ୍କ ମୃତଦେହ ପାଇଥିଲା ରେଳବାଇ ପୋଲିସ। ସେଠାରୁ ସ୍ବାମୀଙ୍କ ମୃତଦେହ ଆଣିବାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କୁ ଗୁହାରୀ କରିବାକୁ ପିଲାଙ୍କୁ ସାଙ୍ଗରେ ନେଇ ଆସିଛନ୍ତି ସ୍ତ୍ରୀ କୁମୁଦିନି ଲାରଙ୍ଗ।
ସୁରେଶଙ୍କର ଗୁଣ୍ଠେ ହେଲେ ବି ଜମି ନାହିଁ। ଭଙ୍ଗା କୁଡ଼ିଆ ଘରେ ପିଲାଙ୍କୁ ଧରି ବଞ୍ଚିଛନ୍ତି କୁମୁଦିନି। ନା ମିଳିଛି ସରକାରୀ ଆବାସ ନା ଅନ୍ୟ କୌଣସି ସରକାରୀ ଯୋଜନାର ଲାଭ। ସ୍ବାମୀଙ୍କ ମୃତ୍ୟୁ ଶୁଣିବା ପରଠୁ ତାଙ୍କ ମୁଣ୍ଡ ଉପରେ ଯେମିତି ପାହାଡ଼ ଖସିପଡ଼ିଛି। କେମିତି ଚଳାଇବେ 7 ପ୍ରାଣୀ ପରିବାର ସେହି ଚିନ୍ତାରେ ତାଙ୍କ ପାଦତଳୁ ଯେମିତି ମାଟି ଖସିଯାଇଛି।ରାଜ୍ୟ ଶ୍ରମମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି ସୁନ୍ଦରଗଡ଼ ହେଉଛି ଦାଦନ ଶୂ୍ନ୍ୟ ଜିଲ୍ଲା। ଅର୍ଥାତ ଏହି ଜିଲ୍ଲାରୁ ଜଣେ ହେଲବି ବାହାର ରାଜ୍ୟରେ ଶ୍ରମିକ ଭାବେ କାମ କରୁନାହାନ୍ତି। ଦାଦାନ ଶ୍ରମିକ ପ୍ରସଙ୍ଗରେ ଶ୍ରମ ମନ୍ତ୍ରୀଙ୍କ ବେପରୱା ପ୍ରତିକ୍ରିୟା ଟିକେ ଶୁଣନ୍ତୁ।
ଏକଥ କହିବା ବେଳକୁ ଆପଣଙ୍କୁ ଟିକେ ଲଜ୍ଜା ଆସୁନାହିଁ କେମିତି। ଆପଣଙ୍କ ହିସାବ କହୁଛି ସୁନ୍ଦରଗଡ଼ରୁ ଜଣେ ହେଲେ ବି ବାହାର ରାଜ୍ୟରେ କାମ କରୁନାହାନ୍ତି। ତାହାହେଲେ ସୁରେଶ ବୋଧହୁଏ ଆମ ରାଜ୍ୟର ଲୋକ ନୁହନ୍ତି। ଆପଣଙ୍କ ହିସାବରେ ଓଡ଼ିଶାରୁ ମାତ୍ର 40 ହଜାର 88 ଜଣ ଶ୍ରମିକ ବାହାରେ କାମ କରୁଛନ୍ତି। ତାହାହେଲେ କୋରୋନା ସରିବା ପରେ ଟ୍ରେନରେ ଖୁନ୍ଦି ହୋଇ ବାହାର ରାଜ୍ୟକୁ ଦାଦାନ ଖସିବାକୁ ଯାଉଥିବା ଶ୍ରମିକଙ୍କ ଦୃଶ୍ୟ କଣ ମିଛ ? ଗୁଜରାଟ ସୁରଟରେ ହଜାର ହଜାର ଓଡ଼ିଆଙ୍କୁ ନେଇ ଗଢ଼ି ଉଠିଥିବା ଏ ଓଡ଼ିଆ ବସ୍ତି କଣ ମିଛ ? ନିଜ ଅପାରଗତା ଢାଙ୍କିବାକୁ ଆଉ କେତେ ମିଛର ସାହାରା ନେବେ 24 ବର୍ଷର ସରକାର ?
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର:

