Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମା’ ଭୈରବୀଙ୍କ ଠାରେ  ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ 

Manini Pattanayak
Browse all articles by Manini Pattanayak
·1 year ago·1 min read
ମା’ ଭୈରବୀଙ୍କ ଠାରେ  ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ 

 ବୌଦ୍ଧ:  ବୌଦ୍ଧଗଡର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ଠାରେ ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ l ଆଉ କେଇଟା ଦିନ ପରେ ହେବ ପଶ୍ଚିମ ଓଡିଶାର ମହାନ କୃଷି ଭିତ୍ତିକ ଗଣପର୍ବ l ଏଥିପାଇଁ ବୌଦ୍ଧଗଡ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ଠାରେ  ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ ।  ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ପରମ୍ପରା ଅନୁସାରେ ବୌଦ୍ଧଗଡ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ନବାନ୍ନ ଲଗ୍ନ ଧାର୍ଯ୍ୟ କରାଯାଇଛି ।  ପଣ୍ଡିତ ମଣ୍ଡଳି ଆଲୋଚନା କରିବା ପରେ ଚଳିତ ନୂଆଁଖାଇ ପାଇଁ ଆସନ୍ତା ୮ ତାରିଖ ରବିବାର ଭାଦ୍ରବ ଶୁକ୍ଲପକ୍ଷ ଋଷି ପଂଚମୀ ତିଥିର ସକାଳ ୯ ଘଣ୍ଟା  ୪୨  ମିନିଟ୍ ରୁ  ୯  ଘଣ୍ଟା ୫୬ ମିନିଟ୍ ମଧ୍ୟେ ଲଗ୍ନଧାର୍ଯ୍ୟ କରିଛନ୍ତି ।

ଆସନ୍ତା ୮ ତାରିଖ ରବିବାର ସକାଳ ୯ ଘଣ୍ଟା  ୪୨  ମିନିଟ୍ ରୁ  ୯  ଘଣ୍ଟା ୫୬ ମିନିଟ୍ ମଧ୍ୟେ  ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ଠାରେ ନବାନ୍ନ ଭୋଗ ଲାଗି କରାଯିବ ବୋଲି ପଣ୍ଡିତ ପ୍ରଦ୍ୟୁମ୍ନ କୁମାର ମିଶ୍ର, ଜ୍ୟୋତିଷାଚାର୍ଯ୍ୟ ସିଦ୍ଦେଶ୍ୱର ଯୋଶୀ ସୂଚନା ଦେଇଛନ୍ତି ।  ମା ଭୈରବୀଙ୍କ ପୀଠରେ ପ୍ରଥମେ ନବାନ୍ନ ଲାଗି ହେବା ପରେ ଜିଲ୍ଲା ସାରା ଅନ୍ୟ ଦେବାଦେବୀଙ୍କ ଠାରେ ନବାନ୍ନ ଅର୍ପଣ ହେବ, ତାପରେ ଲୋକେ ନିଜ ନିଜ ଇଷ୍ଟ ଦେବାଦେବୀଙ୍କ ଠାରେ ନବାନ୍ନ ଅର୍ପଣ କରି ନିଜେ ନବାନ୍ନ ଗ୍ରହଣ କରିବେ ବୋଲି ମୁଖ୍ୟ ପୂଜକ ଗୌରୀ ଶଙ୍କର ବଡମାଳୀ ପ୍ରକାଶ କରିଛନ୍ତି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The launch was scheduled for Nuukhai | Argus News