Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ଛୁଟି ଦିନ ଥିବାରୁ ସଂଖ୍ୟାଧିକ ଭକ୍ତଙ୍କ ଭିଡ ଥିଲା'

Smruti Parija
Browse all articles by Smruti Parija
·2 years ago·1 min read
'ଛୁଟି ଦିନ ଥିବାରୁ ସଂଖ୍ୟାଧିକ ଭକ୍ତଙ୍କ ଭିଡ ଥିଲା'

ଭୁବନେଶ୍ୱର: ଚାରିଦ୍ଵାର ଖୋଲିବା ପରେ ପରିଲକ୍ଷିତ ହୋଇଥିବା ଭିଡ଼କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ । ଛୁଟି ଦିନ ଥିବାରୁ ସଂଖ୍ୟାଧିକ ଭକ୍ତଙ୍କ ଭିଡ ଥିଲା । ମାତ୍ର କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । ଭିଡ ନିୟନ୍ତ୍ରଣାଧିନ ଥିଲା । ଆଗକୁ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ଆପଣ ଯାଇଛି । ଆଜିଠୁ ଧୀରେ ଧୀରେ ଦର୍ଶନ ଶୃଙ୍ଖଳିତ ହୋଇଛି । ସମସ୍ତ ସହଯୋଗ ରହିଲେ ଦର୍ଶନ ଆହୁରି ବ୍ୟବସ୍ଥିତ ହୋଇପାରିବ । ଜଗନ୍ନାଥଙ୍କ କୃପାରୁ ସବୁ ଠିକ୍ ହେବ । ଆମେ କେବଳ ପରିଚାଳକ।

ରଥଯାତ୍ରା ଓ ସ୍ନାନ ପୂର୍ଣ୍ଣିମା ପରିଚାଳନା ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି ।  ଆଇନମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୁଲିସ ଡିଜିଙ୍କ ସମେତ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ରହିଥିଲେ । 

ଆସନ୍ତା ଜୁଲାଇ ୭ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ତିନି ରଥର ସମସ୍ତ ୪୨ଟି ଚକ ସହ ୨୧ଟି ଅଖ ସଂଯୋଗ କରାଯାଇ ଚକ ଡ଼େରା ପରେ ଦିଗ ନିର୍ଣ୍ଣୟ କରାଯାଇ ଚକ ଅଖ ଗୁଡ଼ିକ ସେଟିଂ କରାଯାଇ ରଖାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
The Law Minister has responded to the crowd observed after o | Argus News