Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପହଣ୍ଡି ଘଟଣାର ସମୀକ୍ଷା ପରେ ପ୍ରତିକ୍ରିୟା ଦେଲେ ଆଇନ ମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ପହଣ୍ଡି ଘଟଣାର ସମୀକ୍ଷା ପରେ ପ୍ରତିକ୍ରିୟା ଦେଲେ ଆଇନ ମନ୍ତ୍ରୀ

ଅର୍ଗସ ବ୍ୟୁରୋ : ପହଣ୍ଡି ବେଳେ ବଡ଼ ଠାକୁର ଆଗକୁ ଝୁଙ୍କି ପଡ଼ିବା ଘଟଣା । ଘଟଣାର ସମୀକ୍ଷା ପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି ଏହା ଏକ ସାମାନ୍ୟ ଦୁର୍ଘଟଣା । ଭଗବାନଙ୍କର କିଛି କ୍ଷତି ହୋଇନାହିଁ, କିଛି ଦଇତା ଭାଇ ଆହତ ହୋଇଛନ୍ତି । ପହଣ୍ଡି ପରେ ସ୍ଥିତି ନେଇ ମୁଖମନ୍ତ୍ରୀଙ୍କୁ ଗତ ରାତିରେ ରିପୋର୍ଟ ଦିଆଯାଇଛି। ରଥଯାତ୍ରା ପ୍ରକ୍ରିୟା ଓ ବାହୁଡ଼ା ଯାତ୍ରାକୁ ଆହୁରି ଶୃଙ୍ଖଳିତ କରିବା ପାଇଁ  ଆଉ କିଛି ପଦକ୍ଷେପ ନିଆଯିବ।

ଅଧିକ ପଢନ୍ତୁ : ବଡଠାକୁର ବଳଭଦ୍ର ପଡିଯିବା ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରଥ ଉପରେ ଅଣ ସେବାୟତ ଥିବା ନେଇ ନଜରକୁ ଆସିଛି। ରଥ ଉପରେ ଅଣ ସେବାୟତ ରହିବେ ନାହିଁ ବୋଲି ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି। ମନ୍ଦିର ଭିତରେ ଅଣ ସେବାୟତ ଥିଲେ । ଦୁଇ ସେବାୟତ ଗୋଷ୍ଠୀ ଭିତରେ କିଛି ତର୍କ ବିତର୍କ ହୋଇଥିଲା । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସମାଧାନ ହେଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Law Minister responded after reviewing the Pahandi incident | Argus News