Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଦଳିବ ବାଲେଶ୍ଵର ରେଳ ଷ୍ଟେସନର ରୂପରେଖ

Odisha

ବଦଳିବ ବାଲେଶ୍ଵର ରେଳ ଷ୍ଟେସନର ରୂପରେଖ

Ritu Das
Browse all articles by Ritu Das
·2 years ago·2 min read
ବଦଳିବ ବାଲେଶ୍ଵର ରେଳ ଷ୍ଟେସନର ରୂପରେଖ

ଅର୍ଗସ ବ୍ୟୁରୋ: ବଦଳିବ ବାଲେଶ୍ଵର ରେଳ ଷ୍ଟେସନ । ଆରମ୍ଭ ହେବ ଷ୍ଟେସନ ନବୀକରଣ କାର୍ଯ୍ୟ। ଉନ୍ନତ ମାନର ରେଳସେବା ପାଇବେ ବାଲେଶ୍ଵର ବାସୀ । ଜର୍ମାନୀ ଓ ଜାପାନ ଭଳି ବିଶ୍ଵ ସ୍ତରୀୟ ଢାଞ୍ଚାରେ ରେଳ ଷ୍ଟେସନ ନିର୍ମାଣ ଲାଗି ଖର୍ଚ୍ଚ ହେବ ୧୯୭ କୋଟି ଟଙ୍କା । ଏ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଅର୍ଥ ମଞ୍ଜୁର କରିଛନ୍ତି। 

ଷ୍ଟେସନ ଆଗରେ ଶୋଭା ପାଇବ କୋଣାର୍କ ଚକ୍ର, ଉପରେ ଝଲସିବ ପୁରୀ ଶ୍ରୀ ମନ୍ଦିରର ଶିଖର। ସ୍ଥାନ ପାଇବ ଓଡିଶାର ଐତିହ୍ୟ ଓ କଳା ସଂସ୍କୃତିର ଝଲକ । ଏ ହେଉଛି ବାଲେଶ୍ଵର ରେଳ ଷ୍ଟେସନ ନବୀକରଣର ନୂଆ ଚିତ୍ର । ୧୮୯୬ ମସିହାରେ ନିର୍ମାଣ ହୋଇଥୁବା ବାଲେଶ୍ଵର ରେଳ ଷ୍ଟେସନ ଏବେ ନୂଆରୂପ ନେବାକୁ ଯାଉଛି । ଇଂରେଜ ଅମଳରେ ନିର୍ମାଣ ହୋଇଥିବା ଏହି ଷ୍ଟେସନ ଏବେ ବିକଶିତ ଭାରତର ନୂଆ ଅଧ୍ୟାୟରେ ଜୋଡି ହୋଇଛି । ଅମୃତ ଭାରତ ଷ୍ଟେସନ ଯୋଜନାରେ ଯୋଡି ହୋଇଥିବା ଏହି ରେଳ ଷ୍ଟେସନ ବିଲିଂରେ ସ୍ୱରା ଆଦିବାସୀଙ୍କ ଚିତ୍ରର ଏକ ନିଆରା ଝଲକ ସହ ପ୍ରତିଦିନ ୫୦ ହଜାର ଯାତ୍ରୀଙ୍କ ଚଳାଚଳ ରହିବା ସେହିପରି ୧୮ ମିଟର ଚଉଡା ରୁଫ୍ ପ୍ଲାଜା ଷ୍ଟେସନର ଉଭୟ ପାର୍ଶ୍ଵକୁ ସଂଯୋଗ କରିବା ୧୪ଟି ଲିଫ୍ଟ, ୬ଟି ଏକ୍ସଲେଟ୍‌ର, ୨୦ଟି ଆକ୍ସେସ କଣ୍ଟ୍ରୋଲ ଗେଟ୍ ସହ ସମସ୍ତ ପ୍ଲାଟଫର୍ମକୁ ସଂଯୋଗ କରିବା ପାଇଁ ୩ ଫୁଟର ଓଭର ବିକ୍ର ନିର୍ମାଣ କରାଯିବ। ଷ୍ଟେସନ ଭିତରେ ଏସି ଲାଉଞ୍ଜ, ୱେଟିଂ ହଲ ଓ ସର୍କୁଲାର କ୍ଷେତ୍ରରେ ଉନ୍ନତି କରିବା ସହ ୧୩୩ କିଲୋୱାଟର ସୋଲାର ପ୍ୟାନେଲ, ୧ ହଜାର କେଏଲଡି ଓ୍ବାଟର ରିସାଇଲିଂ ପ୍ଲାଣ୍ଟ ନିର୍ମାଣ ହେବ । ସେହିପରି ମାଲ ପରି ବହନ କ୍ଷେତ୍ରରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯିବ।

୨୦୨୧ ନଭେମ୍ବର ୨୫ରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଷ୍ଟେସନର ପଶ୍ଚିମ ପାଖ ନବୀକରଣ ପାଇଁ ୩୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ପରେ ଏହି ପ୍ରକଳ୍ପର କାର୍ଯ୍ୟକୁ ଖୋଦ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଦକ୍ଷିଣପୂର୍ବ ରେଳପଥ ଡିଆରଏମ ଆସି ତଦାରଖ କରିବା ପରେ ଏହାକୁ ଅମୃତ ଭାରତ ଜୋଜନାରେ ସାମିଲ କରାଯାଇଥିଲା। ତେବେଏହି ନବୀକରଣ କାର୍ଯ୍ୟ ୩୦ ମାସ ମଧ୍ୟରେ ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଚଳିତ ବର୍ଷ ଜାନୁଆରୀ ୧୩ତାରିଖରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବାଲେଶ୍ଵର ଗସ୍ତରେ ଷ୍ଟେସନ ପରିଦର୍ଶନ ଓ ଦକ୍ଷିଣପୂର୍ବ ରେଳପଥର ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଅନ୍ୟପଟେ ବାଲେଶ୍ଵର ଷ୍ଟେସନରେ ବିଶ୍ଵ ସ୍ତରୀୟ ସେବା ଉପଲବ୍ଧ ହେବା ସହ ଓଡିଶାର କଳା, ସଂସ୍କୃତି ଓ ଐତିହ୍ୟର ଝଲକ ଦେଖିବାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
The layout of Baleswar | Argus News