Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସ୍ଥାନୀୟ ବିଧାୟକଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଲେ ନିଜ ଦଳର ନେତା 

Odisha

ସ୍ଥାନୀୟ ବିଧାୟକଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଲେ ନିଜ ଦଳର ନେତା 

Manini Pattanayak
Browse all articles by Manini Pattanayak
·2 years ago·1 min read
ସ୍ଥାନୀୟ ବିଧାୟକଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଲେ ନିଜ ଦଳର ନେତା 

ଜଗତସିଂହପୁର:  ବଢିଲା ବିଜେଡି କନ୍ଦଳ । ସ୍ଥାନୀୟ ବିଧାୟକଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଲେ ନିଜ ଦଳର ନେତା । ଜଗତସିଂହପୁରରେ ଶକ୍ତି ପ୍ରଦର୍ଶନ କରିଛନ୍ତି ପୂର୍ବତନ ବିଜେଡି ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ । ଏକ ବିରାଟ ବାଇକ ଶୋଭାଯାତ୍ରାରେ ଗାନ୍ଧୀ ଛକରୁ ବାହାରି ଚର୍ଚ୍ଚିକା ବଜାରରେ ଜନସମାବେଶକୁ ସମ୍ଵୋଧିକ କରି ଵର୍ତ୍ତମାନର ଵିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଉପରେ ଵିଷ ଓଗାଳିଛନ୍ତି ।  ୫ ବର୍ଷରେ ବିଧାୟକ ଏଠି କଣ କରିଛନ୍ତି ସମସ୍ତଙ୍କୁ ଜଣା । ଚାନ୍ଦା କଲେକସନ୍, କୋଭିଡ ଟଙ୍କା ହଡ଼ପ ଭଳି ଦୁର୍ନୀତିର ପୋଲ୍ ଖୋଲି ନାଁ ନନେଇ ପରୋକ୍ଷରେ ବିଜେଡି ନେତା ପ୍ରଶାନ୍ତ ମୁଦୁଲିଙ୍କୁ କଟୁ ସମାଲୋଚନା କରିଛନ୍ତି ଅମରେନ୍ଦ୍ର ‌।

ସେହିପରି ନୂଆବର୍ଷରେ ବନ୍ଧୁ ମିଳନ ଆଳରେ ଆଶାୟୀ ପ୍ରାର୍ଥୀଙ୍କ ପାୱାର ସୋ । ସୁଶାନ୍ତ ରାଉତଙ୍କ ଗଡ଼ରେ ଶକ୍ତି ପ୍ରଦର୍ଶନ କରିଛନ୍ତି ପୂର୍ବତନ ବିଜେଡି ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀର ଗଣ୍ଡରପୁର ଗାଁରେ ଦଳୀୟ ସଭା କରିବା ସହ 24 ନିର୍ବାଚନ ପାଇଁ ଟିକେଟ ରେସରେ ମୁଁ ଅଛି ଓ ଲୋକ ମୋ ସହିତ ଥିବା କହିଛନ୍ତି ପ୍ରିୟଦର୍ଶୀ । 
 ସେପଟେ ବନ୍ଧୁ ମିଳନ ନାଁରେ ଆସିକା ନିର୍ବାଚନ ମଣ୍ଡଳୀ ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କ ବିରୋଧରେ ଏକାଠି ହୋଇଥିଲେ 39 ପଞ୍ଚାୟତ ଓ ଆସିକା ଏନଏସିର ପୁରୁଖା ନେତା । ପୁଣି ତେଜିଲା ମାଆ, ପୁଅ ହଟାଓ ସ୍ବର । ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳରୁ ଆସିକା ବିଧାୟିକା କିମ୍ବା ତାଙ୍କ ପରିବାର କୌଣସି ସଦସ୍ୟଙ୍କୁ ଟିକେଟ ନଦେବାକୁ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଥିଲେ ଦକ୍ଷିଣ ଓଡିଶା ସରପଞ୍ଚ ସଙ୍ଘ ସଭାପତି ଟୁଟୁ ମଲ୍ଲିକ ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The leader of his party gave an open challenge | Argus News