Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାଡି ଧକ୍କାରେ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଗାଡି ଧକ୍କାରେ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ

ଅର୍ଗସ ବ୍ୟୁରୋ : ଅଜଣା ଗାଡି ଧକ୍କାରେ ଦମ୍ପତ୍ତି ମୃତ । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି (ଖ)  ଗାଁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା  । ମୃତ ଦମ୍ପତ୍ତି ହେଲେ ଗମ୍ଭୀର ରଣା, ଗୀତା ରଣା । ସକାଳୁ ସକାଳୁ ସ୍ୱାମୀ-ସ୍ତ୍ରୀ ଚାଷ ଜମିକୁ ଯାଉଥିବା ବେଳେ ଅଜଣା ଗାଡି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଷ ପାଇ ନେଉଥିବା ବଳଦର ମଧ୍ୟ ମୃତ୍ୟୁ ହୋଇଛି ।

ଅଧିକ ପଢନ୍ତୁ : ଶୌଚବେଳେ ଜଣଙ୍କୁ ଦଳିଦେଲା ଦନ୍ତା

କ୍ଷତିପୂରଣ ଦାବି ନେଇ ୫୯ ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ । ଘଟଣାସ୍ଥଳରେ ମୁରିବାହାଲ ପୋଲିସ, କଣ୍ଟାବାଞ୍ଜି ଏସ୍ଡ଼ିପିଓ, ମୁରିବାହାଲ ତହସିଲଦାର ଉପସ୍ଥିତ ରହି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଜିଦରେ ଅଟଳ ଅଛନ୍ତି ଉତ୍ତ୍ୟକ୍ତ ଲୋକେ । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The life of the couple was lost in a car accident | Argus News