Videos
|
Odisha

ପଥର ତଳେ ଚାପି ହୋଇ ଗଲା ଶ୍ରମିକଙ୍କ ଜୀବନ

Manini Pattanayak
Browse all articles by Manini Pattanayak
·2 years ago·1 min read
ପଥର ତଳେ ଚାପି ହୋଇ ଗଲା ଶ୍ରମିକଙ୍କ ଜୀବନ

ବୌଦ୍ଧ: ରତ୍ନ ପଥର ଖୋଜା ହେଲା କାଳ । ପଥର ତଳେ ଚାପି ହୋଇ ଗଲା ଶ୍ରମିକଙ୍କ ଜୀବନ । ମୃତକ ହେଲେ ଅନୁଗୁଳ ଜିଲ୍ଲା କିଆକଟା ଥାନା ବରଡାକଟା ଗ୍ରାମର ସୁଶାନ୍ତ ଝାଙ୍କର । ଅଳ୍ପକେ ବର୍ତିଲେ ୧୦ ଜଣ ଶ୍ରମିକ । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାର ମହାନଦୀ କୂଳେ କୂଳେ ରତ୍ନ ପଥର ମାଫିଆ ମାନେ ନିରୀହ ଶ୍ରମିକଙ୍କୁ ନିୟୋଜିତ କରି ରାତିଦିନ ପଥର ଖୋଜାଇଥାନ୍ତି । ତେବେ  ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ ଥାନା କୁଲାରିକୁଦ ମହାନଦୀ ପଠାରେ ରତ୍ନ ପଥର ଖୋଜିବା ପାଇଁ ୧୦-୧୫ ଜଣ ଶ୍ରମିକ ନିୟୋଜିତ ଥିଲେ । ଏକ ବିରାଟକାୟ ପଥର ତଳେ ରତ୍ନ ପଥର ସନ୍ଧାନ ପାଇଁ ଶ୍ରମିକ ମାନେ  ଯାଇଥିବା ବେଳେ ଜଣେ ଫସି ଯାଇଥିଲେ ।

 ଫଳରେ ବହୁତ ସମୟ ପର୍ଯ୍ୟନ୍ତ ଉଦ୍ଧାର କରି ନ ପରିବାରୁ ବୌଦ୍ଧ ଦମକଳ ବହିନୀକୁ ଖବର ଦେଇଥିଲେ । ତେବେ ଏକ ବିରାଟକାୟ ପଥରକୁ ହଟାଇବା ଦମକଳ ବହିନୀ ପକ୍ଷରେ ମଧ୍ୟ ସମ୍ଭବ ହୋଇନଥିଲା । ଫଳରେ ଅକାରଣରେ ଏକ ଶ୍ରମିକଙ୍କ ଜୀବନ ଚାଲିଯାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଥିବା ଜଣାପଡ଼ିଛି।  ଅନ୍ୟପଟେ ବାରମ୍ବାର ଏହା ଉପରେ କଟକଣା କରାଯାଇଥିଲେ ବି ରାଜସ୍ୱ ବିଭାଗ ଓ ପୋଲିସ ଆଖି  ଆଗରେ ଏଭଳି କାର୍ଯ୍ୟ ଚାଲୁଛି । ପ୍ରଶାସନ ଓ ପଥର ମାଫିଆଙ୍କ ମଧୁଚନ୍ଦ୍ରିକା ପଦାରେ ପଡିଛି । ଅନ୍ୟପଟେ ଏପଯ୍ୟନ୍ତ 20ଘଣ୍ଟା ରୁ ଅଧିକ ସମୟ ବିତିଯାଇଛି ହେଲେ ଉଦ୍ଧାର ହୋଇ ପାରୁନି ଶ୍ରମିକଙ୍କ ଶବ ତୁରନ୍ତ ଶବ ଉଦ୍ଧାର କରିବା ପାଇଁ ଦାବୀ କରିଛନ୍ତି ପରିବାର ଲୋକେ l ତେବେ ଘଟଣାସ୍ଥଳରୁ ଅଧିକ ସୂଚନା ଦେଇଛନ୍ତି ଆମ ବୌଦ୍ଧ ପ୍ରତିନିଧି ସୀତାକାନ୍ତ ସିଂହ ।
 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The life of the laborer is crushed under the big stone | Argus News