Videos
|
Odisha

ଅଧାରେ ରହିଲା ତୀର୍ଥ ଯାତ୍ରା, ବସରେ ଚାଲିଗଲା ଯାତ୍ରୀଙ୍କ ଜୀବନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅଧାରେ ରହିଲା ତୀର୍ଥ ଯାତ୍ରା, ବସରେ ଚାଲିଗଲା ଯାତ୍ରୀଙ୍କ ଜୀବନ

ଅର୍ଗସ ବ୍ୟୁରୋ:  ଅଧାରେ ରହିଲା ପରିକ୍ରମା ପ୍ରକଳ୍ପ ବୁଲିବା କୁ ତୀର୍ଥ ଯାତ୍ରା, ବସ ରେ ଚାଲିଗଲା ଯାତ୍ରୀ ଙ୍କ ଜୀବନ l ରାଜ୍ୟ ସରକାର ଙ୍କ ତରଫରୁ ପରିକ୍ରମା ପ୍ରକଳ୍ପ ବୁଲେଇବାକୁ ବସ ରେ ସୋର ରୁ ପୁରୀ କୁ ନେଇ ଯିବା ପାଇଁ ରାତି ଦୁଇ ଟା ପଯ୍ୟନ୍ତ ବସକୁ ଅପେକ୍ଷା ପରେ ବସ ରେ ଚଢି କିଛି ବାଟ ଯିବା ପରେ ହଟାତ ଯାତ୍ରୀ ଙ୍କ ଜୀବନ ଚାଲିଗଲା  l ମୃତକ ଜଣକ ସୋର ଥାନା ତଳନଗର ପଂଚାୟତ ର 58 ବର୍ଷୀୟ କହେଁଇ ରାଉତ l

ପୁରୀ ଯିବା ପାଇଁ ସନ୍ଧ୍ୟା ସମୟ ରେ ତଳନଗର ରୁ ସୋର ବ୍ଲକ କୁ ଆସିଥିଲେ ବସ ବ୍ୟବସ୍ଥା ଠିକ ନହେବା ରୁ ଏସି ବସ ଆସିବା ପାଇଁ ମହୁମୁହାଣ ପଂଚାୟତ ଏବଂ ତଳନଗର ପଂଚାୟତ ର 40 ଜଣ ଯାତ୍ରୀ ଅପେକ୍ଷା କରିଥିଲେ ,ବିଳମ୍ବିତ ରାତି ଦୁଇ ଟା ସମୟ ରେ ବସ ପହଂଚିବା ପରେ ଯାତ୍ରୀ ମାନେ ବସ ରେ ବସିଥିଲେ l କିନ୍ତୁ କିଛି ବାଟ ଯିବା ପରେ ହଟାତ କହେଁଇ ଟଳି ପଡ଼ିଥିଲେ, ସହଯୋଗୀ ଯାତ୍ରୀ ମାନେ ଆଣି ସୋର ଡାକ୍ତରଖାନା ଭର୍ତ୍ତି କରିଥିବା ବେଳେ ଡାକ୍ତର କହେଁଇ ଙ୍କୁ ମୃତ ଘୋଷଣା କରିଛନ୍ତି l ଏହି ବସ ରେ ଥିବା 40 ଜଣ ଯାତ୍ରୀ ଙ୍କ ପରିକ୍ରମା ବୁଲିବା ଯାତ୍ରା ଅଧାରେ ରହିବା ସହ ଘରକୁ ଫେରିଥିଲେ l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: