Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗଞ୍ଜେଇ ବ୍ୟବସାୟୀଙ୍କୁ ଧରିବା ବେଳେ ରାଜଧାନୀରେ ଅଘଟଣ 

Manini Pattanayak
Browse all articles by Manini Pattanayak
·1 year ago·1 min read
ଗଞ୍ଜେଇ ବ୍ୟବସାୟୀଙ୍କୁ ଧରିବା ବେଳେ ରାଜଧାନୀରେ ଅଘଟଣ 

ଭୁବନେଶ୍ୱର: ଗଞ୍ଜେଇ ବ୍ୟବସାୟୀଙ୍କୁ ଧରିବା ବେଳେ ରାଜଧାନୀରେ ଅଘଟଣ ।  ପୋଲିସ ଗୋଡ଼େଇବା ବେଳେ ହାଇୱା ତଳେ ଚାପି ହୋଇ ଚାଲିଗଲା ଜୀବନ ।  ମୃତକ ଗଜପତି ମୋହନା ଅଞ୍ଚଳର ଜନ ରାଇତା ।  4ଜଣଙ୍କୁ ଗିରଫ କରିବା ସହ ଗାଡ଼ିରୁ 75 କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଗଙ୍ଗପଡା ପାଖରେ ଏକ କାର ସହ 6 ଜଣ ଛିଡା ହୋଇଥିବା ବେଳେ ପୋଲିସ ଗାଡ଼ିକୁ ଦେଖି ଦୌଡ଼ିବାକୁ ଲାଗିଥିଲେ ।

4 ଜଣଙ୍କୁ ପୋଲିସ କାବୁ କରିଥିବା ବେଳେ ଜଣେ ଗଙ୍ଗପଡା ଭିତରକୁ ଓ ଅନ୍ୟ ଜଣେ ଏନଏଚଆର ପାର୍ଶ୍ଵକୁ ଦୌଡ଼ିଥିଲେ।  ଏହି ସମୟରେ ଖୋର୍ଦ୍ଧାରୁ ଭୁବନେଶ୍ବର ଆଡ଼କୁ ଆସୁଥିବା ଏକ ହାଇୱା ଧକ୍କା ଦେଇଥିଲା ।  ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତମାନେ ଗଜପତିରୁ ଗଂଜେଇ ଆଣି ଭୁବନେଶ୍ବରରେ ବିକ୍ରି କରିବାକୁ ଯୋଜନା କରିଥିବା ଜଣା ପଡିଛି । 

ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The life was end under the hive during the police chase | Argus News