ଲାଗିଲା ଲାଇଟ୍, ପୁଣି ଚମକିବ ଶ୍ରୀମନ୍ଦିର

ଅର୍ଗସ ବ୍ୟୁରୋ: ପୁଣି ଚମକିବ ଶ୍ରୀମନ୍ଦିର। ଲାଗିଲା ଲାଇଟ୍। ଆଜି ସନ୍ଧ୍ୟାରୁ ପୁଣି ଚମକିବ ପୁରୀ ଶ୍ରୀମନ୍ଦିର। ଲାଇଟ୍ ହଟାଯିବାକୁ ନେଇ ଅସନ୍ତୁଷ୍ଟ ଥିଲେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ଆଲୋକୀକରଣ ପାଇଁ ଆସିଲା ଲାଇଟ୍। ତିନି ଦିନ ହେବ ଅନ୍ଧାରରେ ଥିଲା ଶ୍ରୀମନ୍ଦିର। ଲଗାଗଲା ଉଚ୍ଚ କ୍ଷମତା ସମ୍ପନ୍ନ ଲେଜର ଲାଇଟ୍।
ବିଜେଡି ହାରିବା ପରେ ଅନ୍ଧାରରେ ବଡ଼ ଦେଉଳ । ପୂର୍ବରୁ ଲାଇଟ୍ରେ ଝିଲିମିଲି ହେଉଥିଲା ଶ୍ରୀମନ୍ଦିର, ହେଲେ ଏବେ ପୂରା ଅନ୍ଧକାର ମୟ ହୋଇଯାଇଥିଲା । ଦୃଶ୍ୟ ଦେଖିବା ପରେ ଆପଣଙ୍କୁ ବି କଷ୍ଟ ଲାଗିବ, ଆଉ ପ୍ରଶ୍ନ କରିବେ ପରାଜୟର ରାଗ ଜଗନ୍ନାଥଙ୍କ ଉପରେ କାହିଁକି ? ଆଉ ନୁହେଁ ତ କଣ? କୋଟି ଓଡ଼ିଆଙ୍କ ମଉଡମଣି ଜଗାର ଶ୍ରୀମନ୍ଦିର ଅନ୍ଧାର କରିଦେଲା ବିଜେଡି । ରାଜ୍ୟରେ ବିଜେଡି ସରକାରର ପତ୍ତନ ପରେ ଶ୍ରୀମନ୍ଦିର ଚାରିପଟୁ ଖୋଲି ଦେଲା ଲାଇଟ୍। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ଚାରିପଟେ ଲଗାଯାଇଥିଲା ବଡ଼ ବଡ଼ ଲାଇଟ୍ । ରାତିରେ ଚମକୁଥିଲା ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ । ରାତାରାତି ଲାଇଟ୍ ଖୋଲିନେଲେ ଠିକାଦାର । ଏବେ ପୁଣି ଥରେ ଲାଗିବ ଲାଇଟ୍।
ଅଧିକ ପଢ଼ନ୍ତୁ ଓଡିଶା ଖବର:

