Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜୁଳି ସତର ଗୁମର ଖୋଲିଲେ ବିଧାୟକ ବଦ୍ରି ପାତ୍ର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିଜୁଳି ସତର ଗୁମର ଖୋଲିଲେ ବିଧାୟକ ବଦ୍ରି ପାତ୍ର

ଅର୍ଗସ ବ୍ୟୁରୋ:  ବିଜୁଳି ସତର ଗୁମର ଖୋଲିଥିଲେ ଘସିପୁରା ବିଜେଡ଼ି ବିଧାୟକ ବଦ୍ରି ପାତ୍ର । ମାର୍ଚ୍ଚ 2025 ସୁଦ୍ଧା ସବୁ ରାଜସ୍ଵ ଗାଁ କୁ ବିଦ୍ୟୁତ୍ ସଂଯୋଗ । ନବୀନ ସରକାର ସମୟରେ ରାଜ୍ୟରେ ପ୍ରତି ଗାଁରେ ବିଜୁଳି ପହଞ୍ଚିଛି କହି କେନ୍ଦ୍ରକୁ ଭୁଲ ରିପୋର୍ଟ ପ୍ରଦାନ କରିଥିଲେ। ମାତ୍ର ବିଜେପି ସରକାର ଆସିବା ପରେ ଆଗାମି ମାର୍ଚ୍ଚ 2025 ସୁଦ୍ଧା ସବୁ ରାଜସ୍ଵ ଗାଁ କୁ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ଗୃହରେ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ କେ.ଭି ସିଂହଦେଓ। ବିଜୁଳି ସତର ଗୁମର ଖୋଲିଥିଲେ ଘସିପୁରା ବିଜେଡ଼ି ବିଧାୟକ ବଦ୍ରି ପାତ୍ର ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।

ଅପହଞ୍ଚ ଇଲାକାରେ ବିଦ୍ୟୁତ୍ ସଂଯୋଗ ଲାଗି oreda ଦାୟିତ୍ଵରେ ଥିବା ଜିଲ୍ଲାସ୍ତରୀୟ କମିଟି ନିୟମିତ କାହିଁକି ବସୁନି ଓ କେବେ ସୁଦ୍ଧା ସବୁ ସବୁ ଗାଁ କୁ ବିଦ୍ୟୁତ୍ ସଂଯୋଗ କରାଯିବ ବୋଲି ପ୍ରଶ୍ନ କରିଥିଲେ ବିଜେଡ଼ି ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର। ଏହାର ଉତ୍ତରରେ ଶକ୍ତି ମନ୍ତ୍ରୀ କେଭି ସିଂହ ଦେଓ  କହିଛନ୍ତି,  24 ବର୍ଷ ଆପଣ ସରକାରରେ ଥିଲେ। ଆମେ ତିନି ମାସ ହେବ ଆସିଛୁ। କାହିଁକି ଜିଲ୍ଲାସ୍ତରୀୟ କମିଟି ନିୟମିତ ବସୁ ନଥିଲା ସେ କଥା ଆପଣ କହିପାରିବେ। କିନ୍ତୁ ଆମେ ଆଶ୍ବସନା ଦେଉଛୁ ଏଣିକି ନିୟମିତ ବସିବ କମିଟି ବୈଠକ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The lightning in odisha every village issue | Argus News