Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜଳ ବିହୁନେ କଟୁଛି ଆଦିବାସୀଙ୍କ ଜୀବନ

Odisha

ଜଳ ବିହୁନେ କଟୁଛି ଆଦିବାସୀଙ୍କ ଜୀବନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜଳ ବିହୁନେ କଟୁଛି ଆଦିବାସୀଙ୍କ ଜୀବନ

ଅର୍ଗସ ବ୍ୟୁରୋ:  ଦୁର୍ଗମରେ ଅଭିଶପ୍ତ ଜୀବନ। ଜଳ ବିହୁନେ କଟୁଛି ଆଦିବାସୀଙ୍କ ଜୀବନ। ଉପାନ୍ତରେ ଭୋଗୁଛନ୍ତି ମରୁଭୂଇଁ ର ଯନ୍ତ୍ରଣା। ଶୋଷ ମେଣ୍ଟାଇବା ପାଇଁ ବିଶୁଦ୍ଧ ପାନୀୟଜଳ ପାଲଟିଛି ଅମୃତ । କଳାହାଣ୍ଡି  ଜୁନାଗଡ଼ ବ୍ଲକ ବୁଢ଼ୀଦର ପଞ୍ଚାୟତର ଅଭିଶପ୍ତ ଗାଁ ପିପଲଗୁଡା ।  ଜଙ୍ଗଲ ମଧ୍ୟରେ ଥିବା ଏହି ଗାଁରେ ବୃଦେଲଗୁଡା ସାହି ଓ ଅମଠାଗୁଡା ସମେତ ଦୁଇଟି ସାହି ରହିଛି । ଯେଉଁଠି ମୁଖ୍ୟତଃ ଆଦିବାସୀ ସମ୍ପ୍ରଦାୟର ଲୋକେ ବୱାସ କରନ୍ତି। ଯେଉଁ ମଧ୍ୟର ଅଧିକାଂସ ଭୂମିହୀନ ଅଟନ୍ତି । ତେବେ ଜଙ୍ଗଲ ମଧ୍ୟରେ ଥିବା ଏହି ମୂଳକରେ କେବେ ପ୍ରଶାସନର ପାଦ ପଡନି।

ଆଜି ବି ଏହି ଦୁଇ ସାହିରେ ଗୋଟିଏ ବି ନଳକୂପ ନାହିଁ । ଅଞ୍ଚଳବାସୀ ପୁରୁଷା ପୁରୁଷା ଧରି କର୍ଲାପାଟ ଅଭୟାରଣ୍ୟ ଦେଇ ବୋହିଯାଇଥିବା ନାଳ ପାଣି ପିଇ ଜୀଵନ ବଞ୍ଚାଇଥାନ୍ତି । ବହୁ ବର୍ଷ ପୂର୍ବରୁ ଗୋଟିଏ କୂଅ ଖୋଳି ସେଥିରେ ନଳକୂପ କରାଯାଇଥିଲା । ହେଲେ ତାହା ୧୫ ବର୍ଷ ରୁ ଅଧିକ ହେବ ଖରାପ ହୋଇ ପଡ଼ିଛି ।  
ଫଳରେ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ନାଳର ପାଣି ଆଣି ବ୍ୟବହାର କରୁଛନ୍ତି।

ଆଦିବାସୀ ଅଧ୍ୟୁଷିତ ପିପଲଗୁଡା ଗ୍ରାମବାସୀଙ୍କ ପାଇଁ ଅଭିଶାପ ପାଲଟିଛି ପାନୀୟଜଳ। ନାହିଁ ନଳକୂପ, ପୁରୁଷ ପୁରୁଷ ଧରି  ନାଳ ପାଣି ପିଇ ଜୀଵନ ବଞ୍ଚାଇଛନ୍ତି ସ୍ଥାନୀୟ ବାସିନ୍ଦା। ଏଠି ଜଙ୍ଗଲ ଡେଇଁ ପହଞ୍ଚି ପାରୁନି ବିକାଶ। ପାହାଡ ଚଢି ପାରୁନି ବସୁଧା। ବର୍ଷ ବର୍ଷ ଧରି ନେତା ଓ ପ୍ରଶାସନ ହାତରେ ବନ୍ଧା ପଡ଼ିଛି ନିରୀହ ଆଦିବାସୀଙ୍କ ଭାଗ୍ୟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
The lives of the tribals are being cut off by water | Argus News