Videos
|
Odisha

ବିଳମ୍ବିତ ରାତି ଯାଏ ଇଭିଏମ ଗାଡି ଜଗି ରହିଲେ ସ୍ଥାନୀୟ ଲୋକ

Banajyotshna Ray
Browse all articles by Banajyotshna Ray
·2 years ago
ବିଳମ୍ବିତ ରାତି ଯାଏ ଇଭିଏମ ଗାଡି ଜଗି ରହିଲେ ସ୍ଥାନୀୟ ଲୋକ

ଅର୍ଗସ ବ୍ୟୁରୋ:  ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ପରିସରରେ ଉତ୍ତେଜନା । ବିଳମ୍ବିତ ରାତି ଯାଏ ଇଭିଏମ ଗାଡି ଜଗି ରହିଲେ ସ୍ଥାନୀୟ ଲୋକ । ଏନସି କଲେଜ ଷ୍ଟ୍ରଙ୍ଗରୁମ ଯିବା ପରିବର୍ତ୍ତେ ଇଭିଏମ ଗାଡ଼ି ରସୁଲପୁର ବ୍ଲକ ଆସିଥିବାରୁ ସ୍ଥାନୀୟ ଲୋକେ ଗାଡ଼ି ଜଗି ରହିଥିଲେ । ରାତିରେ ଇଭିଏମ ହେରଫେର ଯୋଜନା କରାଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ଇଭିଏମ ଗାଡି ଏନସି କଲେଜ ଷ୍ଟ୍ରଙ୍ଗରୁମ ଯିବା ପରିବର୍ତ୍ତେ କାହିଁକି ରସୁଲପୁର ଆସିଲା ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି ।

ଧରାପଡ଼ିବା ପରେ ଉତ୍ୟକ୍ତ ଲୋକଙ୍କୁ ସାମ୍ନା ନକରି ଗାଡ଼ି ଛାଡ଼ି ପୋଲିଂ କର୍ମଚାରୀ ଫେରାର ମାରିଥିଲେ । ଷ୍ଟ୍ରଙ୍ଗରୁମ ପରିବର୍ତ୍ତେ ଗାଡ଼ି କାହିଁକି ରସୁଲପୁର ଆସିଥିଲା ଏନେଇ ନିର୍ବାଚନ ଅଧିକାରୀ କିମ୍ବା ପୋଲିସ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: